କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ…

ସାଲେପୁର : କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସୁରଭି କାର୍ଯ୍ୟକ୍ରମରେ ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲେଖନୀ, ସଂଗୀତ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷକ ଦେବପ୍ରସାଦ କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବିଶ୍ୱଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ ବେହେରା, ଶିକ୍ଷାବିତ ସୃଷ୍ଟିଧର କର, ସିଆରସିସି ଉମେଶ ଚନ୍ଦ୍ର ରାଉତ, ଶିକ୍ଷାବିତ ସୁସ୍ମିତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜନାର୍ଦ୍ଦନପୁର କ୍ଲଷ୍ଟରର ୧୧ଟି ବିଦ୍ୟାଳୟର ୧୨୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମୋହନ ଚରଣ ବେହେରା, ରବୀନ୍ଦ୍ର ବେହେରା, ସୁଶାନ୍ତ ନାୟକ, ନୃସିଂହ ମହାପାତ୍ର, ନାଇଁମ ଖାଁ, ଜୟନ୍ତ ଦାସ, ଆଦିତ୍ୟ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା