କୋଦଳାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା….

ଗଞ୍ଜାମ : କୋଦଳାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରେଳ ଓ ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜରାଦୋଷଙ୍କୁ କୋଦଳା ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଦଣ୍ଡିଶ୍ୱର ଛକ ନିକଟରେ କୋଦଳା ଏନ୍ଏସି ଅଧକ୍ଷ ସୂର୍ଯ୍ୟନାରାୟଣ ନାୟକ, ଉପାଧ୍ୟାକ୍ଷା ରଂଜିତା ସେଠି ଏବଂ କାଉନସିଲରମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା କରିବା ପରେ କେନ୍ଦ୍ରମନ୍ତ୍ରୀ ନିଜେ ବାଇକ ଚଳାଇ ବାଇକ ରାଲିରେ ସାମିଲ ହୋଇ କୋଦଳା ସହର ପରିକ୍ରମା କରିଥିଲେ । ଏଥିରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲିକ, ବରିଷ୍ଠ ଭାଜପା ନେତା ମହେଶ ମହାନ୍ତି, ପ୍ରତାପ ଚନ୍ଦ୍ର ନାୟକ, ବରିଷ୍ଠ ନେତ୍ରୀ ଅନିତା ଶୁଭଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ