ରୂପଶଯ୍ୟା ଜଗତରେ ସାମିଲ ହେବେ ବହୁ ସଂଖ୍ୟାରେ ମହିଳା…

ଭୁବନେଶ୍ବର : ରାଜ୍ୟରେ ଥିବା ବିୟୁଟିପାର୍ଲର ଓ ସେଲୁନମାଲିକମାନଙ୍କ ପ୍ରତିନିଧିତ୍ବ କରୁଥିବା ସଂଗଠନ ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍ (ବିଡବ୍ଲ୍ୟୁଏଓ)ର ଦ୍ବିତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଶାର ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ବିୟୁଟିସିଆନ୍ ମାଲିରମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଳକା ମିଶ୍ର, ସିଇଓ, ୱାର୍ଲଡ ସ୍କିଲ୍ ସେଣ୍ଟର ଆଣ୍ଡ ଓଏସ୍.ଡିଏ ବିଦେଶରୁ ରହି ଭିସି ମାଧ୍ୟମରେ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ରାଜଶ୍ରୀ ସିଂ, ଆଡସିନାଲ୍ ସେକ୍ରେଟାରୀ ଏମ୍ଏସ୍ଏମ୍ଇ, ପିନାକୀ ପଟ୍ଟନାୟକ, ସ୍କିଲ୍ ଡେଭେଲପମେଣ୍ଟ ଆଣ୍ଡ ଟେକନିକାଲ୍ ଏଜୁକେସନ୍, ଶଗଂରନ ଗୋପାଳ, ପ୍ରିନ୍ସିପାଲ୍ ୱାର୍ଲଡ ସ୍କିଲ୍ ସେଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ସଭାନେତ୍ରୀ ସୁପ୍ରିୟା ମିଶ୍ରଙ୍କ ନେତୃତ୍ବରେ ଆୟୋଜିତ ସମାରୋହରେ ରାଜ୍ୟର ବହୁ ସଂଖ୍ୟାରେ ଝିଅମାନେ କିଭଳି ସ୍ବାବଲମ୍ବୀ ହୋଇପାରିବେ ସେ ଦିଗରେ କାର୍ଯ୍ୟ କରାଯିବ ଆଲୋଚନା ହୋଇଥିଲା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ