ବିଦେଶରେ ଡାକ୍ତରୀ ପଢିବାର ସୁଯୋଗ ପ୍ରଦନ କରେ ଏଡୁନମ୍…

ଭୁବନେଶ୍ବର : ଏଡୁନମ୍ – ଗାଇଡିଂ କ୍ୟାରିଅର୍ ଶ୍ରେଷ୍ଠ ଶିକ୍ଷାବିତ୍ ତଥା କ୍ୟାରିୟର ପରାମର୍ଶଦାତା ଲମ୍ବୋଦର ରାଉତଙ୍କ ଦ୍ବାରା ୨୦୦୭ ରେ ପ୍ରତିଷ୍ଠିତ ହୋଇଥିଲା । ଏହା ଏକ ପ୍ରାଥମିକ ଶିକ୍ଷା ପରାମର୍ଶଦାତା ସଂଗଠନ ଯାହାକି ଛାତ୍ରଛାତ୍ରୀଙ୍କ ବଜେଟ୍ ଏବଂ ଆଶା ଅନୁଯାୟୀ ବିଦେଶରେ ଡାକ୍ତରୀ ଅଧ୍ୟୟନ ତଥା ବିଦେଶରେ ଅଧ୍ୟୟନ କରିବାକୁ ସାହାଯ୍ୟ ଏବଂ ମାର୍ଗଦର୍ଶନ ଯୋଗାଇଥାଏ । ନୂତନ ଭାବେ ଶିକ୍ଷା ଗ୍ରହଣ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବେ କର୍ପୋରେଟର ମହାମାୟା ସ୍ବାଇଁ, ବକ୍ତା ଭାବେ ସୁଦୀପା ଦାସ, ସାନ୍ତନୁ ପାଣି, କିଶୋର ଦ୍ୱିବେଦୀ (ଚେୟାରମ୍ୟାନ୍,ଓ୍ବାର୍ଲଡ ଓଡିଶା ସୋସାଇଟି), ପ୍ରୀତି ଦାଶ ଏବଂ ଲମ୍ବୋଦର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

ଏଡୁନମ୍ ଛାତ୍ରମାନଙ୍କୁ ଋସିଆ, ବାଂଲାଦେଶ, ନେପାଳ, ପୋଲାଣ୍ଡ, ଜର୍ଜିଆ, ଉଜବେକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ମରିସସ୍ ଏବଂ ଜର୍ମାନୀ ପରି ବିଦେଶରେ ଏମ୍.ବି.ବି.ଏସ୍ ପାଇଁ ସେମାନଙ୍କର ସଠିକ ବିଶ୍ୱବିଦ୍ୟାଳୟ ବାଛିବାରେ ସାହାଯ୍ୟ କରେ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ଆଡମିଶନ ପାଇଁ ଭାରତୀୟ ଛାତ୍ରମାନଙ୍କୁ ବିଦେଶରେ ଅଧ୍ୟୟନର ବିକଳ୍ପ ପ୍ରଦାନ କରେ । ସିଙ୍ଗାପୁର, ଜର୍ମାନୀ, ଦୁବାଇ, ମାଲେସିଆ, ଫ୍ରାନ୍ସ, ଆମେରିକା, ୟୁକେ, କାନାଡା ଇତ୍ୟାଦି ୨୦୦୦ ରୁ ଅଧିକ ଛାତ୍ରଛାତ୍ରୀ ପୂର୍ବରୁ ଏଡୁନମ୍ ମାଧ୍ୟମରେ ଶୀର୍ଷ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏମ୍.ବି.ବି.ଏସ୍ ପାଠ୍ୟକ୍ରରେ ଆଡମିଶନ ହୋଇସାରିଛନ୍ତି । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଥିବା ବେଳେ ଭୁବନେଶ୍ୱରରେ ଶାଖା କାର୍ଯ୍ୟାଳୟ ରହିଛି । ଭବିଷ୍ୟତରେ ସଫଳ ଡାକ୍ତର ହେବା ପାଇଁ ନିଜ କ୍ୟାରିୟର ସ୍ଥିର କରିଥିବା ଓଡିଶା ଛାତ୍ରମାନଙ୍କ ପ୍ରତିଭାକୁ ଚିହ୍ନିବା ପାଇଁ ଏଡୁନମ୍ ବିଦେଶରେ ଡାକ୍ଟରୀ ଶିକ୍ଷା ନିମନ୍ତେ ଯାଉଥିବା ଛାତ୍ରଛାତ୍ରୀମାନଙ୍କ – ପୂର୍ବ-ବିଦାୟ ସମାରୋହ ଆୟୋଜନ କରିବାକୁ ଯାଉଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ