ଓଡିଶା ବ୍ୟବସାୟ

ଇଣ୍ଡଲୁମ୍, ଫ୍ୟାସନ ଦୁନିଆର ନୂଆ ସମ୍ଭାର ନେଇ ଆସିଛି ଭୁବନେଶ୍ବର…

ଭୁବନେଶ୍ବର : ଏଥନିକ ଫ୍ୟାସନ ଦୁନିଆର ଅଗ୍ରଣୀ ନାମ ଇଣ୍ଡଲୁମ୍ ଏହାର ସଦ୍ୟତମ ଷ୍ଟୋରର ଭବ୍ୟ ଉଦଘାଟନ କରିଛି । ଭୁବନେଶ୍ବରରେ ଅବସ୍ଥିତ ଏହି ନୂତନ ଷ୍ଟୋରରେ ପରିଧାନର ଏକ ଉତ୍କୃଷ୍ଟ ସଂଗ୍ରହ ପ୍ରଦର୍ଶିତ ହେବ । ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆର ଗ୍ରାହକମାନଙ୍କୁ ଆକର୍ଷିତ କରିବା ସହ ଇଣ୍ଡଲୁମ୍ କୋଲକାତା, ବନାରସ ଏବଂ ଭୁବନେଶ୍ବର ଭଳି ମନ୍ଦିର ନଗରୀ ସ୍ଥାନରେ ଫିଜିକାଲ ଷ୍ଟୋର ସ୍ଥାପନ କରି ଭାରତର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିଛି । ଆଧୁନିକ ଯୁଗରେ ପ୍ରାଚୀନ ମୂଲ୍ୟବୋଧକୁ ସଂରକ୍ଷିତ ରଖିବାରେ କୁଶଳୀ କାରିଗରମାନଙ୍କୁ ସହଯୋଗ କରିବା ପାଇଁ ଏହି ବୈଷୟିକ ସ୍ବୀକୃତି ଏବଂ ପ୍ରଶଂସା ସେମାନଙ୍କୁ ଆହୁରି ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରେରଣାଦାୟୀ ଶକ୍ତିଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି ଇଣ୍ଡଲୁମ୍ ମୁଖ୍ୟ ।

ଇଣ୍ଡଲୁମର ନୂଆ ଷ୍ଟୋରରେ ବିଭିନ୍ନ ପ୍ରକାରର ଏଥନିକ ୱେୟାର, ଡିଜାଇନର ଶାଢ଼ି, ଲେହେଙ୍ଗା, କ୍ଲାସିକ ସାଲୱାର କମିଜେଟ୍ ଆଦି ଉପଲବ୍ଧ ହେବ । ପାରମ୍ପରିକ ପୋଷାକରୁ ଆରମ୍ଭ କରି ଭାରତୀୟ ଫ୍ୟାସନର ସମକାଳୀନ ବ୍ୟାଖ୍ୟା ପର୍ଯ୍ୟନ୍ତ ବିଭିନ୍ନ ଷ୍ଟାଇଲର ପୋଷାକ ଗ୍ରାହକମାନଙ୍କୁ ଆକର୍ଷିତ କରିବ । ଇଣ୍ଡିଲୁମର ଅତି ସୁନ୍ଦର ସଂଗ୍ରହରେ ମହିଳାଙ୍କ ପାଇଁ ଶାଢ଼ି, ଲେହେଙ୍ଗା, ଇଣ୍ଡୋବେଷ୍ଟର୍ଣ୍ଣ, କର୍ଡସେଟ୍, ସାଲୱାରସୁଟ୍, ଗାଉନ ଆଦିର ସମ୍ଭାର ରହିଥିବାବେଳେ ପୁରୁଷଙ୍କ ପାଇଁ ଶେରବାନି, କୁର୍ତା, ବୁନ୍ଦି, ପଠାଣି, ଏଥେନି ପୋଷାକ ଭଳି ସମ୍ଭାର ଉପଲବ୍ଧ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା