ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ…

ଭୁବନେଶ୍ଵର : ଆମ୍ରି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦ୍ ରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ଉଦ୍ଦଶ୍ୟ ନେଇ ଏହି ଅବସରରେ ଏକ ୱାକଥନ ଆୟୋଜିତ ହୋଇଥିଲା । ଏହାକୁ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବେଦାନ୍ତ ଉଚ୍ଚ କର୍ତ୍ତୃପକ୍ଷ ତପନ କୁମାର ଚାନ୍ଦ ଏବଂ ଆମ୍ରି ହସ୍ପିଟାଲ ଭୁବନେଶ୍ଵରର ୟୁନିଟ୍ ହେଡ୍ ଡାକ୍ତର ରୋହିତ ଯଶୱାଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆମ୍ରି ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେକେ ପାଢ଼ୀ, ଡାକ୍ତର ଦିବ୍ୟରଞ୍ଜନ ବେହେରା, ଡାକ୍ତର ମହେଶ ଅଗ୍ରୱାଲ, ଡାକ୍ତର ବିଶ୍ଵଜିତ୍ ମହାପାତ୍ର, ଓ ଡାକ୍ତର ପ୍ରଦୀପ କୁମାର ଦାଶଙ୍କ ସମେତ ଅମ୍ରି ହସ୍ପିଟାଲର ବରିଷ୍ଠ କତ୍ତୃପକ୍ଷ ଉପସ୍ଥିତ ଥିଲେ । ସାଧାରଣ ଲୋକଙ୍କୁ ହୃଦୟ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଥିବାବେଳେ ଚଳିତ ବର୍ଷର ଥିମ୍ ରହିଛି “Use Heart, Know Heart”.

ଆୟୋଜିତ କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ସାଧାରଣ ଜନତା, ଅମ୍ରି ହସ୍ପିଟାଲର ଡାକ୍ତର ନର୍ସ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’( World heart day) ପାଳନ କରାଯାଏ । ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ପୂରା ଶରୀରକୁ ଶକ୍ତି ଯୋଗାଏ । ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ