ଓଡିଶା

ଆରମ୍ଭ ହେଲା ଓଡିଶା ପ୍ଲାଷ୍ଟ ଏକ୍ସପୋ ଏବଂ ପ୍ରୋପ୍ୟାକ୍-୨୦୨୩…

ଭୁବନେଶ୍ୱର : ଓଡିଶା ଆସେମ୍ବଲି ସ୍ମଲ ଏବଂ ମିଡିୟମ୍ ଏଣ୍ଟରପ୍ରାଇଜ୍ (ଓଏଏସଏମଇ) ଏବଂ ଫ୍ୟୁଚରେକ୍ସ ଗ୍ରୁପ୍ ଦ୍ୱାରା ଏମଏସଏମଇ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଏମଏସଏମଇ ବିଭାଗ, ଓଡିଶା ସହଯୋଗରେ ପ୍ରୋପ୍ୟାକ୍ ଓଡ଼ିଶା ୨୦୨୩ ଇଣ୍ଟରନ୍ୟାସନାଲ ଏକ୍ସପୋ, ଓଡ଼ିଶା ପ୍ଲାଷ୍ଟ ଇଣ୍ଟରନ୍ୟାସନାଲ ଏକ୍ସପୋ ୨୦୨୩ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ।
ଏହି ଅବସରରେ ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ, ଶିଳ୍ପ ଓ ଶକ୍ତି ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା (ଆଇଏଏସ୍), ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର, ଓଡ଼ିଶା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଏନ୍ଆରଡିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅମିତ ରସ୍ତୋଗି, ଆରଏସପିର ଡାଇରେକ୍ଟର ଇନ୍-ଚାର୍ଜ ଅତନୁ ଭୌମିକ, ଏନ୍.ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାର୍ଥ ମଜୁମଦାର, ଇଫକୋର ମହାପ୍ରବନ୍ଧକ (ସାମଗ୍ରୀ) ଡି ଚକ୍ରବର୍ତ୍ତୀ ଏବଂ ଏମ୍ଏସ୍ଏମ୍ଇ ଡିଏଫଓର ଯୁଗ୍ମ ନିର୍ଦ୍ଦେଶକ ତଥା ଏଚ୍ଓଓଆଇଇଡିଏସ୍ ପି.କେ. ଗୁପ୍ତା ଆଦି ଯୋଗ ଦେଇଥିଲେ ।

ଏହି ଅବସରରେ ପ୍ରଦର୍ଶନୀକୁ ଉଦ୍ଘାଟନ କରି ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ, ଶିଳ୍ପ ଓ ଶକ୍ତି ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବ ନିଜ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଓଡିଶା ଖଣିଜ ସମ୍ପଦ, ସ୍ଥାନ, ଜଳ, ବିଦ୍ୟୁତ୍ ଏବଂ ସୁଯୋଗ ଭଳି ସମ୍ପଦରେ ପରିପୂର୍ଣ୍ଣ ହେବା ସହ ରାଜ୍ୟ ସରକାରଙ୍କ ସମର୍ଥନ ମଧ୍ୟ ରହିଛି । ତେଣୁ ସ୍ଥାନୀୟ ଉଦ୍ୟୋଗୀମାନେ ଏହାର ସୁଯୋଗ ନେବାକୁ ମୁଁ ଆଶା କରୁଛି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା