ଓଡିଶା ବ୍ୟବସାୟ

ଭୁବନେଶ୍ୱରରେ ତିନି ଦିନିଆ ପର୍ଯ୍ୟଟନ ମେଳା-୨୦୨୩ ଉଦଯାପିତ । ଗୋଟିଏ ଛାତ ତଳେ ମିଳିଲା ଟୁର୍‌, ଟ୍ରାଭେଲ୍ ଏବଂ ହସ୍ପିଟାଲିଟୀର ସୁବିଧା…

ଭୁବନେଶ୍ୱର : ଓଡିଶାର ଭ୍ରମଣ ଉତ୍ସାହୀମାନଙ୍କ ମଧ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ, ଭାରତରେ ପର୍ଯ୍ୟଟନ ପ୍ରୋତ୍ସାହନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ ତିନି ଦିନିଆ ଜାତୀୟ “ପର୍ଯ୍ୟଟନ ମେଳା ୨୦୨୩” ଆୟୋଜିତ ହୋଇଯାଇଛି । ଏଥିରେ ମଧ୍ୟପ୍ରଦେଶ ପର୍ଯ୍ୟଟନ, ଗୁଜୁରାଟ ପର୍ଯ୍ୟଟନ, ରାଜସ୍ଥାନ ପର୍ଯ୍ୟଟନ, ହିମାଚଳ ପ୍ରଦେଶ ପର୍ଯ୍ୟଟନ ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟଙ୍କ ଦ୍ୱାରା ସମର୍ଥିତ ବିଭିନ୍ନ ପ୍ରଦର୍ଶନୀ ହୋଇଥିଲା ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ୍ ଟ୍ରାଭେଲ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱରର ନିର୍ଦ୍ଦେଶକ ଡ଼. ଉହସବିର୍ ହୁସେନ୍ ଏହି ପର୍ଯ୍ୟଟନ ମେଳାର ଉଦଘାଟନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭାରତ ପର୍ଯ୍ୟଟନ ମନ୍ତ୍ରଣାଳୟର ସହକାରୀ ନିର୍ଦ୍ଦେଶକ ରଶ୍ମି ସୋନିଆ ତିର୍କି, ରାଜସ୍ଥାନ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପୱନ ଜେନ୍‌, ସହକାରୀ ନିର୍ଦ୍ଦେଶକ ତେସେନା ଯାଦବ, ହିମାଚଳ ପର୍ଯ୍ୟଟନ ବିଭାଗର ସଞ୍ଜୀବ କୁମାର, ଗୁଜୁରାଟ ପର୍ଯ୍ୟଟନ ବିଭାଗର ସୁରବୀ ଶର୍ମା, ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗର ସୌରଭ ପାଣ୍ଡେ, ସ୍ୟାଣ୍ଡ୍ ପେବୁଲ୍ସ୍ ଟୁର୍ ଏବଂ ଟ୍ରଭେଲ୍ ର ପରିଚାଳନା ନିର୍ଦ୍ଦେଶକ ଆଲୋକ ମହାରଣା ଏବଂ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ସୁବ୍ରତ ଭୋମିକ୍ ସମାରୋହରେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୁବନେଶ୍ୱରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା