ଓଡିଶା ବ୍ୟବସାୟ

କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମର ଶୁଭାରମ୍ଭ କଲେ ତାରକା ଜାହ୍ମବୀ କପୁର…

ଭୁବନେଶ୍ୱର : ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନରେ ନୂଆ ସୋ’ରୁମର ଶୁଭାରମ୍ଭ ହୋଇଯାଇଛି । କଲ୍ୟାଣ ଜୁଏଲର୍ସର ସିଇଓ ସଂଜୟ ରଘୁରମଣଙ୍କ ଉପସ୍ଥିତିରେ ବଲିଉଡ୍ ତାରକା ଜାହ୍ମବୀ କପୁର ଉପସ୍ଥିତ ରହି ଓଡିଶାରେ କଲ୍ୟାଣ ଜୁଏଲର୍ସର ପଂଚମ ସୋ’ରୁମକୁ ଉଦଘାଟନ କରିଛନ୍ତି ।

ଏହି ଅବସରରେ ବଲିଉଡ୍ ତାରକା ଜାହ୍ମବୀ କପୁର କହିଛନ୍ତି ଯେ, “ଭୁବନେଶ୍ୱରରେ ସୋ’ରୁମ୍ ଶୁଭାରମ୍ଭ ସମାରୋହର ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଉଲ୍ଲସିତ । ଏହି ବ୍ରାଣ୍ଡର ଆକର୍ଷଣୀୟ ଗହଣାର ଚମତ୍କାରିତା ତାହାର ସୂକ୍ଷ୍ମ କାରିଗରୀ ଓ ସୌନ୍ଦର୍ଯ୍ୟରେ ଅନ୍ତର୍ନିହିତ ରହିଛି ଯାହା ଭାରତର ବିବିଧ ସାଂସ୍କୃତିକ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
କାର୍ଯ୍ୟକ୍ରମରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ରମେଶ କଲ୍ୟାଣରମଣ ଉପସ୍ଥିତ ରହି କହିଛନ୍ତି ଯେ, “ଗ୍ରାହକଙ୍କ ସପିଙ୍ଗ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ କଂପାନି ଏକ ବଡ଼ ମାଇଲଖୁଂଟ ହାସଲ କରିବା ସହ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଭୁବନେଶ୍ୱରରେ ଆମର ତୃତିୟ ସୋ’ରୁମ୍ ବିଷୟରେ ଘୋଷଣା କରି ଆମେ ବେଶ ଆନନ୍ଦିତ ।

ଏହି ନୂତନ ସୋ’ରୁମ୍‌ର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଙ୍ଗ ଉପରେ ଗ୍ରାହକଙ୍କୁ କିଣା ମୂଲ୍ୟର ଅଧା ଦାମ୍‌ରେ ୦% ପ୍ରତିଶତ ଗଢ଼ା ମୂଲ୍ୟ ଅଫର ପ୍ରଦାନ କରାଯାଇଛି । କଂପାନିର ସମସ୍ତ ସୋ’ରୁମ୍‌ରେ ସମାନ ଥିବା “କଲ୍ୟାଣ ସ୍ପେସିଆଲ ଗୋଲ୍ଡ ବୋର୍ଡ ରେଟ୍‌’ ଯାହା ବଜାରରେ ସର୍ବନିମ୍ନ ତାହା ଲାଗୁ ହେବ, ଫଳରେ ଏକ ନିରବଚ୍ଛିନ୍ନ ଓ ସର୍ଭିସ୍ ସୁବିଧା ଥିବା ସପିଙ୍ଗ ଅନୁଭୂତିକୁ ସୁନିଶ୍ଚିତ କରାଯାଇପାରିବ ।

ଏହି ନୂଆ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ସାରା ଭାରତରୁ ପ୍ରସ୍ତୁତ କରାଯାଇଥିବା ବ୍ରାଇଡାଲ୍ ଗହଣା ମୁହୁରତର ଷ୍ଟକ୍ ରହିଛି । ଏଥି ସହିତ ଏଥିରେ କଲ୍ୟାଣର ଲୋକପ୍ରିୟ ବ୍ରାଣ୍ଡ୍ ତେଜସ୍ୱୀ (ପୋଲକି ଗହଣା), ମୁଦ୍ଧରା (ହାତତିଆରି ଆଂଟିକ୍ ଗହଣା), ନିମାହ (ମନ୍ଦିର ଗହଣା), ଗ୍ଲୋ (ଡ୍ୟାନ୍‌ସିଂ ହୀରା), ଜିଆ (ସୋଲିଟାୟାର ଭଳି ହୀରା ଗହଣା), ଅନୋଖି (ଅନକଟ ହୀରା), ଅପୂର୍ବା (ସ୍ୱତନ୍ତ୍ର ଅବସର ପାଇଁ ହୀରା), ଅନ୍ତରା (ବିବାହ ଅବସର ପାଇଁ ହୀରା), ରଙ୍ଗ (ପ୍ରିସିଅସ୍ ଷ୍ଟୋନ୍ ଗହଣା) ଏବଂ ନିକଟରେ ଉନ୍ମୋଚିତ ହୋଇଥିବା ଲିଲା (କଲର୍ ଷ୍ଟୋନ ଓ ହୀରା ଗହଣା) ଆଦି ରହିଛି ।

ରିପୋର୍ଟ : ଭୁବନେଶ୍ୱରରୁ ଅଭିଜିତ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା