ପଵିତ୍ର ଶ୍ରୀ ଦୁର୍ଗା ଶୟନୋତ୍ସବ ଓ ଶ୍ରୀ ରାଧାଷ୍ଟମୀ ଅବସରରେ ଆରମ୍ଭ ହେଲା ମାଟି ଉଠାଣ କାର୍ଯ୍ୟକ୍ରମ…

ଜଗତସିଂହପୁର : ପଵିତ୍ର ଶ୍ରୀ ଦୁର୍ଗା ଶୟନୋତ୍ସବ ଓ ଶ୍ରୀ ରାଧାଷ୍ଟମୀ ଅବସରରେ ଜଗତସିଂହପୁର ସହରର ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ମାଟି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାଆଡମ୍ବର ସହିତ ଦୂର୍ଗାପୂଜା ପାଳନ କରାଯିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସହରର ୨୩ ଟି ପୂଜା ମଣ୍ଡପ ପକ୍ଷରୁ ଜଗତସିଂହପୁରସ୍ଥିତ ଅଳକା ନଦୀ କୂଳରୁ ମାଟି ଉଠାଣ କରାଯିବା ସହିତ ପୂଜାର୍ଚ୍ଚନା କରାଯାଇଛି ।

ଏହି ଅବସରରେ କମିଟିର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ଅଳକା ନଦୀ କୂଳରେ ପହଞ୍ଚିବା ପରେ ମାଟି ଉଠାଣ କରିଥିଲେ । ଜଗତସିଂହପୁର ସହର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ପୂଜା ନିମନ୍ତେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏହାସହିତ ଚଳିତ ବର୍ଷ ଦୁର୍ଗା ପୂଜା ଧୁମଧାମରେ ପାଳନ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ