କେନାଲରେ ପଶିଲା କାର । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ…

କୋରାପୁଟ : ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା କାର । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ । ୫ ଜଣ ସାଙ୍ଗ ପିକ୍ନିକ୍ କରିବା ପାଇଁ ନୂଆପଡ଼ାରୁ କୋରାପୁଟର ଦେଓମାଳି ଅଭିମୁଖେ ଏକ ସୁଇଫ୍ଟ ଡ଼ିଜାୟର କାର ଯୋଗେ ଯାଉଥିଲେ । ଜୟନ୍ତଗିରି ଜାତୀୟ ରାଜପଥ ୨୬ ନମ୍ବର କେନାଲ ନିକଟରେ ରାସ୍ତାରେ ବଡ଼ ବଡ଼ ଖାଲ ଯୋଗୁଁ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶି ଯାଇଥିଲା । ତେବେ କେନାଲରେ ଜଳସ୍ତର କମ୍ ଥିବା ଯୋଗୁଁ ଏବଂ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତେ ବାହାରକୁ ବାହାରି ଯାଇଥିଲେ ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ କ୍ରେନ୍ ଯୋଗେ କେନାଲରୁ କାରକୁ ବାହାର କରିଥିଲେ । ଅନ୍ୟପଟେ ଜୟନ୍ତଗିରି ଗ୍ରାମବାସୀ କହିଛନ୍ତି ଯେ, ଜାତୀୟ ରାଜପଥରେ ବଡ଼ ବଡ଼ ଖାଲ ଯୋଗୁଁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ତେଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି।
ରିପୋର୍ଟ : କୋରାପୁଟରୁ ସୁନୀଲ ଦାଶ