ନୂଆ ରେଜିଷ୍ଟେସନ୍ ପାଇଁ ଏବେ ପ୍ରଯୋଜକଙ୍କୁ ୫୦ ହଜାର ବଦଳରେ ଦେବାକୁ ହେବ ମାତ୍ର ୧୦ ହଜାର ଟଙ୍କା …

ଭୁବନେଶ୍ବର : ଭୁବନେଶ୍ବରରେ ଉତ୍କଳ ସିନେ ଚ୍ୟାମ୍ବର ଅଫ୍ କମର୍ସର ପ୍ରଯୋଜକମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆ ବୋର୍ଡ ମେମ୍ବରଙ୍କ ନାମ ଘୋଷଣା ହେବା ସହ ଆସନ୍ତା ଏକ ବର୍ଷ ମଧ୍ୟରେ ଓଡିଆ ସିନେମାର ଉନ୍ନତି ପାଇଁ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି ।
ଏହି ସଂଗଠନରେ ନୂଆ ସଭାପତି ଭାବେ ଟୁଟୁ ନାୟକଙ୍କୁ ମନୋନୀତ କରାଯାଇଥିବାବେଳେ, ଉପସଭାପତି ଭାବେ ରବିନ୍ଦ୍ର ପଣ୍ଡା, ସଚିବ ଭାବେ ଏନ୍.ଜି. ରେଡ୍ଡି, ସହ-ସଚିବ ଭାବେ ସୌଭାଗ୍ୟ ଲକ୍ଷ୍ମୀ ସାମଲ୍ ଏବଂ କୋଷାଧ୍ୟକ୍ଷ ଭାବେ ସ୍ଥିତ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି । ସେହିପରି ଏକଜ୍ୟୁକେଟିଭ କମିଟି ସଭ୍ୟ ଭାବେ ତପନ ଦାଶ, ଅନୁପମ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଲୋକନାଥ ଦାସ, ଦିପ୍ ସାମଲ, ପ୍ରିତମ ସାହୁ, ଅନୁପ୍ରୟାସ ମହାନ୍ତି ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ତେବେ ୟୁସିସିସିକୁ ନେଇ ପ୍ରଯୋଜକଙ୍କ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର ବିବାଦର ମଧ୍ୟ ଅନ୍ତ ଘଟିଛି ।

ଅପରପକ୍ଷେ ନୂଆ ରେଜିଷ୍ଟେସନ୍ ପାଇଁ ବର୍ତ୍ତମାନ ପ୍ରଯୋଜକଙ୍କୁ ୫୦ ହଜାର ଟଙ୍କା ବଦଳରେ ଏବେ ମାତ୍ର ୧୦ ହଜାର ଟଙ୍କା ଦେବାକୁ ହେବ ବୋଲି ଜଣାପଡିଛି । ସେହିପରି ସିନେମା ଟାଇଟେଲ୍ ରେଜିଷ୍ଟ୍ରେସନ୍ ପାଇଁ ୩ ହଜାର ଟଙ୍କା ବଦଳରେ ୨ ହଜାର ଟଙ୍କା ଏବଂ ପୋଷ୍ଟର ରେଜିଷ୍ଟ୍ରେସନ୍ ପାଇଁ ୧୫ ଶହ ଟଙ୍କା ବଦଳରେ ଏଣିକି ମାତ୍ର ହଜାରେ ଟଙ୍କା ପୈଠ କରିବାକୁ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ