୭୮ ଲିଟର ବେଆଇନ ନକଲି ମଦ ଜବତ, ଶ୍ୱଶୁର ଓ ବୋହୂ ଗିରଫ…

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଯୋଗିବାହାଲ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ବେଆଇନ ନକଲି ମଦ ଜବତ କରିଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଗୋଟିଏ ପରିବାରର ଶ୍ୱଶୁର ଓ ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ଅବକାରୀ ବିଭାଗ ଏଏସ୍ଆଇ ସରୋଜ କଟା ଓ ସିନାପାଲି ଅବକାରୀ ଭାରପ୍ରାପ୍ତ ଅଧିକାରୀ ସଚଲା ପାଢ଼ୀଙ୍କ ନେତୃତ୍ବରେ ଏକ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବରପାଇ ଯୋଗିବାହାଲ ଗ୍ରାମରେ ଚଢ଼ାଉ କରିଥିଲେ ।

ଚଢାଉରେ ଗୋଟିଏ ପରିବାରର ଜଣେ ମହିଲା ଓ ଜଣେ ବୃଦ୍ଧଙ୍କୁ ଗିରଫ କରାଯାଇଛି । ତେବେ ଉଭୟେ ଗୋଟିଏ ପରିବାରର ଶ୍ୱଶୁର ଓ ବୋହୂ ବୋଲି ଜଣାପଡିଛି । ଚଢାଉବେଳେ ନକଲି ବିଦେଶୀ ମଦ ପ୍ରାୟ ୭୮ ଲିଟର ଜବତ କରାଯାଇଛି । ଏହା ସହିତ ଖୋଲା ମଦ ବୋତଲ ଓ ବିପୁଳ ପରିମାଣର ଠିପି ଜବତ କରାଯାଇଛି । ଏ ନେଇ ସିନାପାଲି ଅବକାରୀ ବିଭାଗ ତରଫରୁ ଏକ ମାମଲା ରୁଜ୍ଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ରିପୋର୍ଟ : ନୂଆପଡାରୁ କୀର୍ତ୍ତି ଚନ୍ଦ୍ର ନାଗ