ଚଳଚ୍ଚିତ୍ର “ସମ୍ପର୍କ, ଛାଇ ଆଲୁଅର” ଶୁଭ ମହୁରତ ଅନୁଷ୍ଠିତ…

ଭୁବନେଶ୍ବର : ଜେଜେଏନଜେ ଦ୍ବାରା ପ୍ରସ୍ତୁତ ଚଳଚ୍ଚିତ୍ର “ସମ୍ପର୍କ, ଛାଇ ଆଲୁଅର” ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଦୁଇ ଜଣ କର୍କଟ ରୋଗୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଚଣ୍ଡୀ ପରିଜା । ଅଭିଜିତ ମଜୁମଦାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ କଣ୍ଠଦାନ କରିଛନ୍ତି ସ୍ବୟଂ ପାଢୀ, ସତ୍ୟଜିତ ପ୍ରଧାନ, ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର, ଶୁଭଲକ୍ଷ୍ମୀ ଦାସ ଏବଂ ସ୍ବର୍ଣ୍ଣମୟୀ । ନିମ୍ରଲ ନାୟକ ଏହାର କାହାଣୀ ରଚନା କରିଥିବାବେଳେ ଏଥିରେ ଅଭିନୟ କରିଛନ୍ତି ଆକାଶ ଦାସ ନାୟକ, ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର, ପ୍ରଦୁ୍ୟମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉସଃଶ୍ରୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ପ୍ରମୁଖ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ