ଓଡିଶା

ଅଦିନିଆ ବର୍ଷାରେ ଧୋଇଗଲା ସାନ କେଲାର ଗ୍ରାମ ରାସ୍ତାର ପୋଲ…

କୋରାପୁଟ : ଅଦିନିଆ ବର୍ଷାରେ ଧୋଇଗଲା ସାନ କେଲାର ଗ୍ରାମ ରାସ୍ତାର ପୋଲ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡ଼ା ଗ୍ରାମ ପଞ୍ଚାୟତର ସାନ କେଲାର ଗ୍ରାମ ଦେଇଯାଇଥିବା ରାସ୍ତାର ଏକ ପୋଲ ଲଗାତର ବର୍ଷା କାରଣରୁ ଭୁଷୁଡ଼ି ଯାଇଛି । ଫଳରେ ଏହି ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି ।  ଏହି ପୋଲ ଉପରେ ସାନ କେଲାର, ଗୌଡ଼ କେଲାର, ଶୁଣ୍ଢି କେଲାର, ମହୁଲକଣା ଭଳି ପ୍ରାୟ ୨୦ ଟି ଗ୍ରାମର ଲୋକେ ଯିବା ଆସିବା କରନ୍ତି ।

ପୋଲ ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଏହି ରାସ୍ତା ଦେଇ ଯିବା ଆସିବା କରିବା ଏକ ପ୍ରକାରର ଅସମ୍ଭବ ହୋଇଯାଇଛି । ଏଣୁ ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ଲକ୍ଷ୍ମୀପୁର ବ୍ଲକ ଉପାଧ୍ୟକ୍ଷା ଆରତୀ କୁଲଦୀପ । ପୋଲ ଭୁଷୁଡିବା ଖବର ପାଇ ଆରତୀ କୁଲଦୀପ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ଯାଇ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବା ସହ ଯଥା ଶୀଘ୍ର କେମିତି ପୋଲ ମରାମତି କରି ରାସ୍ତା ସ୍ବଭାବିକ ହୋଇ ପାରିବ ତାହା ଉପରେ ଅଧିକାରୀଙ୍କୁ କହିଛନ୍ତି ।

ରିପୋର୍ଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ସଞ୍ଜୟ କୁମାର ପାଣି

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା