ପାରଳାଖେମୁଣ୍ଡିର ବିଶ୍ୱନାଥ କନଫରେନ୍ସ ହଲରେ ଇଞ୍ଜିନିୟର ଦିବସ ପାଳିତ…

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଶ୍ୱନାଥ କନଫରେନ୍ସ ହଲରେ ଇଞ୍ଜିନିୟର ଦିବସ ପାଳିତ ହୋଇ ଯାଇଛି । ଏହି ବୈଠକରେ ମମତା କୁମାରୀ ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡିପ୍ଲୋମା ଇଞ୍ଜିନିୟର ସଂଘର ସଭାପତି ଇଞ୍ଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଞ୍ଜିନିୟର ନାଗେଶ୍ୱର ସେନାପତି ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଞ୍ଜିନିୟର ଜ୍ୟୋତିରାଜ୍ ଅଧିକାରୀ, ଜିଲ୍ଲା ପରିଷଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ ଡିପ୍ଲୋମା ଇଞ୍ଜିନିୟର ସଂଘର ସଭାପତି । ପରେ ଡିପ୍ଲୋମା ଇଞ୍ଜିନିୟରର ସମ୍ପାଦକ ଇଞ୍ଜିନିୟର ଶିବ ପ୍ରସାଦ ପାଳ ଭାରତରତ୍ନ ଏମ୍ ବିଶ୍ଵେସ୍ବରାୟଙ୍କ ଜୀବନୀ ବିଷୟରେ ନିଜର ମତ ରଖିଥିଲେ । ସେହିପରି ରାମକୋ ସିମେଣ୍ଟର ପ୍ରତିନିଧି ଉପସ୍ଥିତ ରହି ରାମକୋ ସିମେଣ୍ଟର ଗୁଣାତ୍ମକ ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଡିପ୍ଲୋମା ଇଞ୍ଜିନିୟର ସଙ୍ଘ ଓ ରାମକୋ ସିମେଣ୍ଟ ଲିମିଟେଡ଼ର ମିଳିତ ସହଯୋଗରେ ଇଞ୍ଜିନିୟର ଦିବସ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଳକର ବିଭିନ୍ନ ବିଭାଗର ଇଞ୍ଜିନିୟରମାନେ ଉପସ୍ଥିତ ଥିଲ ।ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା