ଓଡିଶା କଳା ସଂସ୍କୃତି

୫୧ ଫୁଟ୍ ଉଚ୍ଚତା ବିଶିଷ୍ଟ ବିଘ୍ନବିନାୟକଙ୍କ ନିକଟରେ ଭୋଗ ଲାଗିବ ୫୧ କେଜିର ଲଡୁ…

ଭୁବନେଶ୍ବର : ଆଉ ଦିନ କେଇଟା ପରେ ପୂଜା ପାଇବେ ଗଜାନନ । ଚଳିତଥର ନୟାପଲ୍ଲୀ ନୂଆସାହିରେ ଗଣେଶ ମହୋତ୍ସବକୁ ଧୁମଧାମର ସହିତ ପାଳନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଭକ୍ତଙ୍କ ଗହଣରେ ପୂଜା ପାଇବେ ୫୧ ଫୁଟ୍ ଉଚ୍ଚତା ବିଶିଷ୍ଟ ବିଘ୍ନବିନାୟକ । ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ସଂସଦ ଆନୁକୂଲ୍ୟରେ ଶ୍ରୀ ଗଣେଶ ମହାପ୍ରଭୁଙ୍କ ପୂଜା ମହାଡମ୍ବରରେ ପାଳିତ ହେବ । ଓଡିଶା ଏବଂ କଲିକତାର ମୋଟ ୩୦ ଜଣ କାରିଗର ଦୀର୍ଘ ୨୧ ଦିନ ଧରି ଶ୍ରୀ ଗଣେଶଙ୍କ ପ୍ରତିମା ପ୍ରସ୍ତୁତିରେ ଲାଗିଛନ୍ତି । ତେବେ ଏହି ପ୍ରତିମା ପ୍ରସ୍ତୁତିରେ କୌଣସି ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର ହୋଇନଥିବା କହିଛନ୍ତି ପୂଜା କମିଟି ସଦସ୍ୟ । ଅପରପକ୍ଷେ ପୂଜାର ଶ୍ରୀ ଗଣେଶଙ୍କୁ ୫୧ କେଜିର ଲଡୁ ଭୋଗ ଲାଗିହେବା ସହ ପ୍ରତ୍ୟେକଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହାସହିତ ୬୫ ଫୁଟ ଲମ୍ବା ଏବଂ ୪୦ ଫୁଟ ଚଉଡା ବିଶିଷ୍ଟ ଏକ କାଳ୍ପନିକ ରାଜପ୍ରାସାଦ ତୋରଣ ପ୍ରସ୍ତୁତ କରାଯିବ । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ମୋଟ ୬୦ ଜଣ ଶିଳ୍ପୀ ନିୟୋଜିତ ହୋଇଛନ୍ତି । ଗୋଟିଏ ସୁଉଚ୍ଚ ଲାଇଟ୍ ଗେଟ୍ ସାଙ୍ଗକୁ ୨୦ଟି ଗଛ ଲାଇଟ୍ ଗେଟ୍ ମୁଖ୍ୟ ଆକର୍ଷଣୀୟ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।

୨୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ପ୍ରସ୍ତୁତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ୧୧ ଦିନ ଧରି ଅନୁଷ୍ଠିତ ହେବ । ଏଥିପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ, ଟ୍ରାଫିକ ପୋଲିସ, ଅଗ୍ନିଶମ ବିଭାଗ, ମେଡିକାଲ ବ୍ୟବସ୍ଥା, ସିକ୍ୟୁରିଟି ବ୍ୟବସ୍ଥା, ପିଇବା ପାଣି, ସୂଚନା କେନ୍ଦ୍ର, ସିସିଟିଭି କ୍ୟାମେରା ବ୍ୟବସ୍ଥା ସହ ୩୦୦ ଜଣ ସ୍ବେଚ୍ଛାସେବୀଙ୍କୁ ନେଇ ପୂଜାର ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା