ସୁସ୍ଥ ଜୀବନଶୈଳୀ ପାଇଁ ଆସିଛି “ନମାମି ଯୋଗ ଏକାଡେମୀ” ।

ଭୁବନେଶ୍ବର : ମଡେଲ କାଜଲ ଶତପଥୀ ଓ ମାଷ୍ଟର ରୁଦ୍ରଙ୍କ ପ୍ରଚେଷ୍ଟାରେ ଭୁବନେଶ୍ବରସ୍ଥିତ ସୂର୍ଯ୍ୟନଗରରେ ଖୋଲିଛି “ନମାମି ଯୋଗ ଏକାଡେମୀ” । ପୁରାତନ ସଂସ୍କୃତି ତଥା ମୁନିଋଷିଙ୍କ ତପସ୍ୟା ହେଉଛି ଯୋଗ । ବର୍ତ୍ତମାନ ସମୟରେ ଏକାଗ୍ରତା ବୃଦ୍ଧି କରିବା ସହିତ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ l ନିକଟରେ କାଜଲ ଅନେକ ସିରିଏଲରେ ଯୋଗ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ କାଜଲଙ୍କ ଏହି ପ୍ରୟାସକୁ ଆଗେଇ ନେବାରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ଆନ୍ତଃରାଷ୍ଟ୍ରୀୟ ଯୋଗଗୁରୁ ମାଷ୍ଟର ରୁଦ୍ର ।

ଭୁବନେଶ୍ୱରବାସୀଙ୍କୁ ବ୍ୟସ୍ତବହୁଳ ଜୀବନ ଶୈଳୀରୁ କିଛି ମାତ୍ରାରେ ଉପସମ ଓ ଫୁର୍ତ୍ତୀ କରାଇବା ପାଇଁ ପ୍ରୟାସ କରିବ “ନମାମି ଯୋଗ ଏକାଡେମୀ” । ଏହାର ସଦୁପଯୋଗ କରି ସୁସ୍ଥ ଜୀବନ ଯାପନ ଓ ଜୀବନଶୈଳୀକୁ ଆନନ୍ଦମୟ କରିବା ପାଇଁ ଉକ୍ତ ଏକାଡେମୀରେ ସଭ୍ୟ ହେବାପାଇଁ ଅନୁରୋଧ କରିଛନ୍ତି କାଜଲ ଶତପଥି l ଏହାସହ ପ୍ରଥମ ୫0 ଜଣଙ୍କ ପାଇଁ ୭ ଦିନିଆ ମାଗଣା ଯୋଗ ଶିଖିବାର ଅଫର ରହିଥିବା କହିଛନ୍ତି କାଜଲ ।
ଯୋଗାଯୋଗ ନମ୍ବର : 6370645363 ସ୍ଥାନ : ପ୍ଲଟ ନମ୍ବର – 401, ଯୁନିଟ୍ – 7, ସୂର୍ଯ୍ୟ ନଗର