ସନାତନ ଧର୍ମକୁ ଆକ୍ଷେପ କଲେ ଧ୍ବସଂ ନିଶ୍ଚିତ…

ଜଗତସିଂହପୁର : ସନାତନ ଧର୍ମକୁ ଆକ୍ଷେପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା ଆଭିମୁଖ୍ୟ ରଖିଛନ୍ତି ସନ୍ଥ ସ୍ୱାମୀ ଅରୁପାନନ୍ଦ । ରାଜନୀତିକୁ ବ୍ୟବସାୟ ଭାବେ ଗ୍ରହଣ କରୁଥିବା ରାଜନେତାମାନେ ସନାତନ ଧର୍ମ ବାବଦରେ ଯେଉଁ ନିନ୍ଦନୀୟ ଟିପ୍ପଣୀ ଦେଉଛନ୍ତି ସେଥିରୁ ନିବୃତ ରହିବା ସହ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ବାବା ଅରୁପାନନ୍ଦ । ଏଥିସହ ସରକାର ସେହି କୁଚକ୍ରି ସନାତନ ବିରୋଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏତଦ୍ ବ୍ୟତୀତ ଯଦି ଏପରି ନହୁଏ ତେବେ ସେମାନଙ୍କର ବିନାଶ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ବାବା ଅରୁପାନନ୍ଦ ମହାରାଜ ।
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ସ୍ଥିତ ଆଶ୍ରମରେ ସ୍ୱାମୀ ଅରୁପାନନ୍ଦଜୀଙ୍କର ଅଷ୍ଟପାଟ ଅଭିଷେକ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଶିଷ୍ୟ ଓ ଶ୍ରଦ୍ଧାଳୁଙ୍କୁ ସନାତନ ଧର୍ମର ତାତ୍ପର୍ଯ୍ୟ, ମହତ୍ତ୍ୱ ଓ ଗୁରୁତ୍ୱ ଆଦି ସମ୍ପର୍କରେ ଆଶ୍ରୀବଚନ ପ୍ରଦାନ କରିବା ସହିତ ସନାତନ ଧର୍ମ ବିରୋଧୀମାନଙ୍କ ପାଇଁ ଚେତାବନୀ ଦେଇଛନ୍ତି ସ୍ୱାମୀ ଅରୁପାନନ୍ଦଜୀ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ