ତେଜୁଛି ଶିକ୍ଷକ ଆନ୍ଦୋଳନ । ଏପଟେ ସରକାରଙ୍କ ନିର୍ଦ୍ଦେଶ କାର୍ଯ୍ୟରେ ଯୋଗ ଦିଅ …

ଜଗତସିଂହପୁର : ଗୋଟେପଟେ ରାଜ୍ୟବ୍ୟାପୀ ଶିକ୍ଷକମାନେ ସମୂହ ଛୁଟିରେ ରହି ନିଜର ନ୍ୟାର୍ଯ ଦାବି ପାଇଁ ଲଢେଇ ଜାରି ରଖିଥିବାବେଳେ ଅପରପକ୍ଷେ ଆନ୍ଦୋଳନକୁ ପରିତ୍ୟାଗ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ୩ ଦଫା ଦାବି ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୮ ତାରିଖରୁ ଧାରଣା ଦେଇଛନ୍ତି ଶିକ୍ଷକ-ଶିକ୍ଷୟତ୍ରୀ ।

କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପ୍ରାଥମିକ ଶିକ୍ଷାରେ କଳା, କ୍ରୀଡା ଓ ଗଣଶିକ୍ଷକମାନଙ୍କୁ ନିୟମିତ କରିବା, ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ ଲାଗୁ କରିବା ଆଦି ଦାବି ନେଇ ଫେଡେରେସନ ପକ୍ଷରୁ ଦାବି କରାଯାଇଛି । ଏଥିରେ ଜିଲ୍ଲାର ୮ଟି ବ୍ଲକର ଶିକ୍ଷକମାନେ ସାମିଲ ହୋଇଥିବାବେଳେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟରୁ ସମୂହ ଛୁଟି ନେଇ ଆନ୍ଦୋଳନକୁ ଅଧିକ ତୀବ୍ର କରିଛନ୍ତି ।

ଜଗତସିଂହପୁର ଜିଲ୍ଲାର ପ୍ରାୟ ତିନି ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁଁ ଜିଲାର ବିଭିନ୍ନ ବିଦ୍ୟାଳୟରେ ପାଠ ପଢା ବିପର୍ଯ୍ୟସ୍ତ ହୋଇ ପଡିଛି । ସରକାରଙ୍କ ସହିତ ବହୁବାର ଆଲୋଚନା ହୋଇଥିଲେ ହେଁ ତାହା ଫଳପ୍ରଦ ହୋଇ ପାରିନାହିଁ । ଏହି ୩ଦଫା ଦାବିକୁ ନେଇ ଫେଡେରେସନ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସମୂହ ଛୁଟିରେ ରହି ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ