ତେଜିଲା ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବି । ଆସନ୍ତା ୧୬ ତାରିଖରେ ହେବ ବିଶାଳ ଜନସମାବେଶ…

ନୀଳଗିରି : ତେଜିଲା ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବି । ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡକୁ ତଥା ନୀଳଗିରି ଗଡ଼ଜାତ ରାଜ୍ୟକୁ ଜିଲା ମାନ୍ୟତା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ହୋଇଛି । ଏପରିକି ଏ ନେଇ ଆସନ୍ତା ଶନିବାର ଅର୍ଥାତ୍ ୧୬ ତାରିଖରେ ଦିନ ଏକ ବିରାଟ ଜନ ସମାବେଶ ହେବାକୁ ଯାଉଛି । ୧୯୪୭ ମସିହାରେ ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ ହୋଇଥିବା ଚୁକ୍ତିନାମାକୁ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲାର ମାନ୍ୟତା ଦେବା ପାଇଁ ଦାବି ହୋଇ ଆସୁଛି । ଚୁକ୍ତି ଅନୁସାରେ ନୀଳଗିରିକୁ ସ୍ଵତନ୍ତ୍ର ମାନ୍ୟତା ଦେବାକୁ ଉଲ୍ଲେଖ ଥିବା ବେଳେ ସେହି ମାନ୍ୟତା ପ୍ରଦାନ କରିବା ପାଇଁ ଜନସମାବେଶ ହେବାକୁ ଯାଉଛି । ଉକ୍ତ ସମାବେଶରେ ନୀଳଗିରି ଗଡଜାତର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ନୀଳଗିରି ଜନସାଧାରଣ ସାମିଲ ହେବେ ବୋଲି ଜଣାପଡିଇଛ । ଏ ନେଇ ଜୋରଦାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନିରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆବାହକ ଚିତରଞ୍ଜନ ଷଡଙ୍ଗୀ, ଆଇନଜୀବୀ ଦେବେନ୍ଦ୍ର କୁମାର ପଣ୍ଡା, ଚକ୍ରଧର ଦାସ, ପ୍ରଫୁଲ୍ଲ ବେହେରାଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ରିପୋର୍ଟ : ନୀଳଗିରିରୁ ସଚିଦାନଁଦ ପାତ୍ର