ସିଏସଆଇ୍ଆର-ଆଇଏମ୍ଏମଟି ଭୁବନେଶ୍ୱରରେ ୱାନ୍ ଉଇକ ୱାନ୍ ଲ୍ୟାବ୍ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଭୁବନେଶ୍ୱର : ସିଏସ୍ଆଇଆର-ଆଇଏମ୍ଏମଟି ଭୁବନେଶ୍ୱରରେ ୱାନ୍ ଉଇକ୍ ୱାନ୍ ଲ୍ୟାବ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସିଏସ୍ଆଇଆର-ଆଇଏମ୍ଏମଟିର ନିଦେ୍ର୍ଦଶକ ଡ଼ ରାମାନୁଜ ନାରାୟଣ ‘ୱାନ୍ ଉଇକ୍ ୱାନ୍ ଲ୍ୟାବ୍’ କାର୍ଯ୍ୟକ୍ରମର ଉଦଘାଟନ କରି କହିଥିଲେ ଯେ, ଏହି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ହେଉଛି ସିଏସ୍ଆଇଆର-ଆଇଏମ୍ଏମ୍ଟି ଓ ସାମ୍ଭାବ୍ୟ ହିତାଧିକାରୀଙ୍କ ମଧ୍ୟରେ ଉପଲବ୍ଧ ପ୍ରଯୁକ୍ତି ବିଦ୍ୟା, ଖଣିଜ ପଦାର୍ଥ, ସାମଗ୍ରୀ ଏବଂ ପରିବେଶ ସ୍ଥିରତା ସହ ଉପଲବ୍ଧ ସେବା କ୍ଷେତ୍ର ବିଷୟରେ ସଚେତନତା ସୃଷ୍ଟି କରିବା ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ଟେକ୍ନୋଲୋଜି ଏବଂ ଆରଆଣ୍ଡଡିର ଉପ ସଭାପତି ଡ଼ ଦେବାଶିଷ ଭଟ୍ଟାଚାର୍ଜୀ ଯୋଗ ଦେଇଥିଲେ । ‘ୱାନ୍ ଉଇକ୍ ୱାନ୍ ଲ୍ୟାବ୍’ ଅଭିଜାନ ଦେଶରେ ଅବସ୍ଥିତ ୩୭ଟି ସିଏସ୍ଆର୍ ଲ୍ୟାବକୁ ଏହାର ହିତାଧିକାରୀଙ୍କୁ ସେମାନଙ୍କ କାର୍ଯ୍ୟର ପ୍ରଦର୍ଶନ ତଥା ଲାଭ ସମ୍ବନ୍ଧରେ ଜଣାଇବାକୁ ଅନୁମତି ଦେବ । ଏହି ଅବସରରେ ପ୍ରଫେସର ଏସ୍ ବାସୁ ଉପସ୍ଥିତ ରହିି ଭୌତିକ ବିଜ୍ଞାନର ଗୁରୁତ୍ୱ ବିଷୟରେ ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ସଚେତନତାର ଅଭାବ ଉପରେ ଗୁରୁତ୍ୱାରୋପ କରିଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ