ଓଡିଶା

ବସ୍ କେଳେଙ୍କାରୀରେ ସମ୍ପୃକ୍ତବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାର ନୀଳଗିରି ଏନ୍ଏସିର କେଳେଙ୍କାରୀ ଘଟଣା ଏବେ ଲୋକ ଲୋଚନକୁ ଆସିବାରେ ଲାଗିଛି । ନୀଳଗିରି ଏନ୍ଏସିର ପ୍ରଥମ ଅଧ୍ୟକ୍ଷ କ୍ଷିତିଶ ଚନ୍ଦ୍ର ରାୟଙ୍କ ସମୟରେ କିଣାଯାଇଥିଲା ଏକ ମିନି ବସ୍ । କେତେକ ସମସ୍ୟା ପାଇଁ ବସ୍ ଚଳାଚଳ ହୋଇ ନ ପାରି କାର୍ଯ୍ୟାଳୟ ପରିସରରେ ପଡିରହିଥିଲା l ଏହା ହଠାତ୍ ଉଭାନ୍ ହୋଇ କବାଡ଼ିଆ ଘରେ ଦେଖିବାକୁ ମିଳିଥିଲା । ଅପରପକ୍ଷେ କର୍ମଚାରୀଙ୍କୁ ମାଡ ଓ ଗାଳିଗୁଲଜ ଘଟଣାକୁ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା l ଏସବୁର ବିଧିବଦ୍ଧ ତଦନ୍ତ ଦାବି ନେଇ ନୀଳଗିରି ନଗର ସଭାପତି ପ୍ରଫୁଲ୍ଲ କୁମାର ଦଲେଇଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବସ୍ କିପରି ଏନ୍ଏସି କାର୍ଯ୍ୟାଳୟ ପରିସରରୁ ବାହାରକୁ ଗଲା ଏବଂ କାହା ଅନୁମତିରେ କବାଡିଆ ପାଖରେ ବିକ୍ରି ହେଲା ତାହାର ତଦନ୍ତ ଦାବି ହୋଇଛି । ତେବେ ଘଟଣାକୁ ଚାପି ଦେବା ପାଇଁ ବସ୍ ଚୋରି ହୋଇଛି ବୋଲି ଯେଉଁ ଆଲୋଚନା ହୋଇଥିଲା ତାକୁ ନେଇ ନିର୍ବାହୀ ଅଧିକାରୀ ଥାନାରେ ଅଭିଯୋଗ କରିଛନ୍ତି । ଏପଟେ ଜଗୁଆଳିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ତଥ୍ୟ ମାଗିଛନ୍ତି ନଗର ସବାପତି ।

ତୁରନ୍ତ ବସ୍ କେଳେଙ୍କାରୀ କାରବାରରେ ବିଧିବଦ୍ଧ ତଦନ୍ତ କରିବା ସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଯଦି ଏପରି ନ ହୁଏ ତେବେ ଆଗାମୀ ଦିନରେ ବିଜେପି ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି । ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ବେହେରା, ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ଶାନ୍ତିଲତା ଖଟୁଆ, ଏନ୍ଏସି ଅଧ୍ୟକ୍ଷ ରାଧାଗୋବିନ୍ଦ ଖଟୁଆ, ଗଙ୍ଗାଧର ମିଶ୍ର, କରୁଣାକର ପଣ୍ଡା, ରାମଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ରିପୋର୍ଟ : ନୀଳଗିରିରୁ ସଚିଦାନଁଦ ପାତ୍ର 

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା