ଓଡିଶା

ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ସୁଭାଷ ଚନ୍ଦ୍ର ରାଉତଙ୍କୁ ସମ୍ବର୍ଦ୍ଧନା…

ଜଗତସିଂହପୁର : ଜଗତସିଂହପୁର ସହର ନିକଟସ୍ଥ ପୁରୋହିତପୁରରେ ମା ଶାରଳା ଟେଣ୍ଡ ହାଉସ ଲାଇଟ, ସାଉଣ୍ଡ, ଡେକୋରେଟର ମାଲିକ ସଙ୍ଘ ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସଂଘର ଉପଦେଷ୍ଟା ସୁଭାଷ ଚନ୍ଦ୍ର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜଗତସିଂହପୁର ଟେଣ୍ଟ ହାଉସ ମାଲିକ ସଂଘର ସଭାପତି ମଧୁସୂଦନ ସାହୁ, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାମଲ, ଦିଲ୍ଲୀପ ମହାନ୍ତି, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଅଲେଖ ବିଶୋଇ, ଗଣେଶ ଚନ୍ଦ୍ର ପାଲ, ଅଭିନ ଚନ୍ଦ୍ର ନାୟକ, ମାନସ ବେହେରା, ବିକାଶ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସୁଭାଷ ଚନ୍ଦ୍ର ରାଉତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଯୁକ୍ତ ରାଉତ ପୁରୋହିତପୁର ହାଇସ୍କୁଲରେ ପ୍ରଥମେ ବିଜ୍ଞାନ ଶିକ୍ଷକ ଓ ପରେ ବଡ଼ବାଗ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ତେବେ ସେ ଚଳିତ ବର୍ଷ ସେପ୍ଟେମ୍ବର 5 ତାରିଖ ଗୁରୁ ଦିବସରେ ମହାମହିମ ରାଷ୍ଟ୍ରପତିଙ୍କଠାରୁ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା