ଆନ୍ଧ୍ର ରେଜିଷ୍ଟ୍ରେସନ ନମ୍ବରଯୁକ୍ତ ଅଟୋରେ ଚୋରା ମଦ କାରବାର…

କୋରାପୁଟ : କୋରାପୁଟ ଜିଲ୍ଲାର ମାଓ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ ବ୍ୟବସାୟ କାରବାର । ଏ ନେଇ କୋରାପୁଟ ଅବକାରୀ ଆରକ୍ଷୀ ଅଧିକ୍ଷକ ଅରୁଣ ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ନାରାୟଣପାଟଣା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ନିଲମଣୀ ଲାହାଝାଲଙ୍କ ନେତୃତ୍ବରେ ଏଏସ୍ଆଇ ଅମୋର କୁମାର ବିଷୋୟୀ ଏବଂ ତାଙ୍କ କର୍ମଚାରୀ ମିଶି ତଳଗୁମାଣ୍ଡି ରାସ୍ତା ପାର୍ଶ୍ବରେ ଚୋରା ମଦ ବ୍ୟବସାୟଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଚୋରା ମଦ ବେପାରୀଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇ ଥିବା ସମୟରେ ଦୁର୍ଗୀ ଗ୍ରାମର ହେମନ୍ତ ମହାନନ୍ଦିଆ ଏକ ଆନ୍ଧ୍ରପ୍ରଦେଶ ରେଜିଷ୍ଟ୍ରେସନ ନମ୍ବରଯୁକ୍ତ ଅଟୋରେ ମଦ ଭର୍ତ୍ତି ବସ୍ତା ନେଇ ଆସୁଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ନାରାୟଣପାଟଣା ଅବକାରୀ ପୋଲିସ ଅଟୋ ସହ ମଦ ଏବଂ ଦୁର୍ଗୀ ଗ୍ରାମର ହେମନ୍ତ ମହାନନ୍ଦିଆଙ୍କୁ କାବୁ କରିଥିଲା । ଏ ନେଇ ନାରାୟଣପାଟଣା ଅବକାରୀ ଥାନାରେ ୮୧/୨୦୨୩ରେ ଏକ ମାମଲା ରୁଜୁ କରି ଅଟୋ ସହ ମଦ ଜବତ କରିବା ସହ ହେମନ୍ତ ମହାନନ୍ଦିଆଙ୍କୁ ଗରିଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ କୋର୍ଟରେ ଅଭିଯୁକ୍ତର ବେଲ୍ ନାକଚ ହୋଇଯିବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି ଏଏସ୍ଆଇ ଅମୋର କୁମାର ବିଷୋୟୀ ।
ରିପୋର୍ଟ : କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ ସଞ୍ଜୟ କୁମାର ପାଣି