ଓଡିଶା

‘ଶାସ୍ୱତ ରିଭରସାଇଡ୍’ର ପ୍ରକଳ୍ପକୁ ନେଇ ରହିଛି ଅନେକ ଆଶା…

ଭୁବନେଶ୍ୱର : କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ତ୍ରିଶୁଳିଆରେ ଆରମ୍ଭ ହେଉଥିବା ପ୍ରକଳ୍ପ ଦୈତନଗରୀର ଏକ ଅତ୍ୟାଧୁନିକ ଏବଂ ଆରାମଦାୟକ ପ୍ରକଳ୍ପ ଭାବରେ ପରିଚିତ ହେବ । ରିୟଲଇଷ୍ଟେଟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସ୍ୱଦେଶ ରାଉତରାୟଙ୍କ ନିଜସ୍ୱ ନୂତନ ପ୍ରକଳ୍ପ ‘ଶାସ୍ୱତ ରିଭରସାଇଡ୍’ର ଶୁଭାରମ୍ଭ ହୋଇଯାଇଛି ।

CREDAIର ଅଭିଜ୍ଞ ସଦସ୍ୟ ସ୍ୱଦେଶ ରାଉତରାୟଙ୍କ ସଂସ୍ଥା ଶାସ୍ୱତ ଇନଫ୍ରା ନିଜର ଗ୍ରାହକମାନଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଦେବା ନିମନ୍ତେ ପ୍ରତିଶୃତିବଦ୍ଧ । “HOME FOR NOW HOME FOREVER” ନୀତିକୁ ନେଇ ଶାସ୍ୱତ ଇନଫ୍ରା ଗ୍ରାହକଙ୍କୁ ସେମାନଙ୍କର ମନପସନ୍ଦର ଘର ଯୋଗାଉଛି । ଶାସ୍ୱତ ରିଭରସାଇଡ୍ ଓଡିଶାର ପ୍ରଥମ ମେଟ୍ରୋ ପ୍ରକଳ୍ପର ଖୁବ୍ ନିକଟରେ ହୋଇଥିବା ଯୋଗୁଁ ଗ୍ରାହକମାନଙ୍କୁ ଏହାଦ୍ୱାରା ଗମନାଗମନର ସୁବିଧା ପ୍ରଦାନ କରିବ  । ଅପରପକ୍ଷେ ପ୍ରକଳ୍ପଟି କାଠଯୋଡି ନଦୀ କୂଳରେ ଅବସ୍ଥିତ ହୋଇଥିବାଯୋଗୁଁ ଏହା ସେମାନଙ୍କୁ ଏକ ସୁନ୍ଦର ପରିବେଶ ପ୍ରଦାନ କରିବ ।

ଶାସ୍ୱତ ରିଭରସାଇଡ୍ ଆବାସିକ ପ୍ରକଳ୍ପରେ ୨ ଏବଂ ୩ ବିଏଚକେ ପ୍ରିମିୟମ ଘର ସହ ପେଣ୍ଟହାଉସ ମଧ୍ୟ ରହିଛି । ଏଥିରେ ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ଓ ଆରାମ ପ୍ରଦାନ କରିବା ପାଇଁ ଘରଗୁଡିକୁ ଡିଜାଇନ କରାଯାଇଛି  । ଆଗାମୀ ଦିନରେ ତ୍ରିଶୁଳିଆ ଟୁଇନ ସିଟିର ଏକ ଲ୍ୟାଣ୍ଡମାର୍କ ସ୍ଥାନ ଭାବରେ ପରିଚାଳିତ ହେବାକୁ ଯାଉଛି  ।

ଏହି ଅବସରରେ ଶାସ୍ୱତ ଇନଫ୍ରା ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱଦେଶ ରାଉତରାୟ କହିଛନ୍ତି, “ଶାସ୍ୱତ ରିଭରସାଇଡ୍ ପ୍ରକଳ୍ପକୁ ଶୁଭାରମ୍ଭ ବିଷୟ ଘୋଷଣା କରି ଆମେ ଖୁବ୍ ଉତ୍ସାହିତ । ଆମେ ଗ୍ରାହକମାନଙ୍କ ଆଶା ଓ ସ୍ୱପ୍ନର ଘରକୁ ପୂରଣ କରି ଏକ ସୁନ୍ଦର ଘର ଗଢିତୋଳିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛୁ” ।

ରିପୋର୍ଟ : ଭୁବନେଶ୍ୱରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା