ଓଡିଶା

ରାଜ୍ୟ ସରକାରଙ୍କ ପ୍ରଶ୍ନ ପଚାରୁଛି ଭିନ୍ନକ୍ଷମ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ସଙ୍ଘ । ଶିକ୍ଷାଦାନର ମୂଲ୍ୟ କ’ଣ ୪୭୬୦ ଟଙ୍କା…

ଭୁବନେଶ୍ଵର : ତିନି ଦଫା ଦାବି ନେଇ ଲୋୟର ପିଏମଜିରେ ଗର୍ଜିଲେ ଭିନ୍ନକ୍ଷମ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ । ଦୀର୍ଘ ୧୩ ବର୍ଷର ଅଭିଜ୍ଞତା ଦୃଷ୍ଟିରୁ ସରକାର ଷ୍ଟିମ୍ ପରିବର୍ତ୍ତନ କରି ରାଜ୍ୟ ଭିନ୍ନକ୍ଷମ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବା, ଗୋଟିଏ ଦିନର ଛଟେଇକୁ ବନ୍ଦ କରିବା ଏବଂ ସରକାରୀ କର୍ମରୀମାନଙ୍କ ବେତନ ହାରରେ ଦରମା ପ୍ରଦାନ କରିବା ଆଦି ଦାବିରେ ଗଣଧାରଣା ଦେଇଛନ୍ତି ଭିନ୍ନକ୍ଷମ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ।

ଓଡ଼ିଶାର ୩୦ଟି ଜିଲ୍ଲାର ୧ ହଜାର ୧ ଶହ ୧୭ଜଣ ଭିନ୍ନକ୍ଷମ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ପି.ଏଚ୍.ଆଇ.ଇ.ଭି ତଥା ଭିନ୍ନକ୍ଷମ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଭାବରେ ଦୀର୍ଘ ୧୩ ବର୍ଷ ହେବ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛନ୍ତି । ପ୍ରତ୍ୟେକ ଦିନ ସେମାନେ ୨ଟି ଭିନ୍ନକ୍ଷମ ପିଲାଙ୍କୁ ହୋମବେସ୍ ଏଜୁକେଶନ ଦେବା ସହ ବିଦ୍ୟାଳୟକୁ ଯାଇ ଭିନ୍ନକ୍ଷମ ପିଲାଙ୍କୁ ସାଧାରଣ ପିଲାଙ୍କ ସହ ଶିକ୍ଷା ପ୍ରଦାନ କରୁଛନ୍ତି । ଯଦ୍ବାରା ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରୁଛନ୍ତି ଭିନ୍ନକ୍ଷମ ପିଲା । ଆଉ ଏଥିପାଇଁ ଭିନ୍ନକ୍ଷମ ଅର୍ନ୍ତନିବେଶୀ ସ୍ଵେଚ୍ଛାସେବୀଙ୍କୁ ମିଳୁଛି ମାସିକ ବେତନ ଆକାରରେ ୪ ହଜାର ୭ ଶହ ୬୦ଟଙ୍କା । ଯାହାକି ପ୍ରତ୍ୟେକ ଛଅ ମାସରେ ଥରେ ପ୍ରଦାନ କରାଯାଉଛି ।

ଭାରତ ସରକାରଙ୍କ ଭିନ୍ନକ୍ଷମ ଆଇନ ଅନୁଯାୟୀ, ୬ ବର୍ଷ ପରେ ଭିନ୍ନକ୍ଷମ ଅର୍ନ୍ତନିବେଶୀ ସେଚ୍ଛାସେବୀଙ୍କୁ ସ୍ଥାୟୀ କରିବା ପରିବର୍ତ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିବର୍ଷ ଭିନ୍ନକ୍ଷମ ଅର୍ନ୍ତନିବେଶୀ ସ୍ୱେଚ୍ଛାସେବୀଙ୍କୁ ଛଟେଇ କରି ସ୍ଥାୟୀ ନିଯୁକ୍ତିରୁ ବଞ୍ଚିତ କରୁଛନ୍ତି । ଯାହାକୁ ନେଇ ନିଜର ଦାବି ରଖିଥିବା କହିଛନ୍ତି ସଂଗଠନର ସଭାପତି ପ୍ରତାପ ଚନ୍ଦ୍ର ସ୍ବାଇଁ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା