ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟ : ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମାରେ ଥିବା ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଏକ ନମ୍ବର ଅଙ୍ଗନବାଡ଼ି କର୍ମୀ ସୁନୀତା ମାଣ୍ଡିଙ୍ଗା, ନାଏବ ସରପଞ୍ଚ ଲକ୍ଷ୍ମୀପୁର ପ୍ରଭାସିନୀ ମାଣ୍ଡିଙ୍ଗା, ଆଶା କର୍ମୀ ସୁଆଦେଇ ମାଣ୍ଡିଙ୍ଗାଙ୍କ ନେତୃତ୍ବରେ ଆଦିବାସୀ ସାହିର କିଛି ଭଦ୍ର ବ୍ୟକ୍ତିଙ୍କ ସହିତ ବୁଦ୍ଧିଜୀବୀ ପୀତାମ୍ବର ମାଣ୍ଡିଙ୍ଗା, ଯୁଧିଷ୍ଟିର ମିଣ୍ୟାକା, ମୁନ୍ନା ମାଣ୍ଡିଙ୍ଗା, ନିର ମାଣ୍ଡିଙ୍ଗା ଓ କ୍ରିଷ୍ଣା ସ୍ଵୟଂ ସ୍ଵାୟକ ଗୋଷ୍ଠୀର ମହିଳାମାନେ ମିଶି ଆଦିବାସୀ ସାହି, ମାଁ ମୃତ୍ୟାଲୁମାଁ ମନ୍ଦିର ରାସ୍ତା ଏବଂ ଡ୍ରେନ୍ ଗୁଡ଼ିକ ସଫାଇ କରାଯାଇଛି । ଏହା ସହିତ ଡ୍ରେନରେ ବ୍ଲିଞ୍ଚିଂ ସିଞ୍ଚନ କରାଯିବା ସହ ସାହିର ଲୋକଙ୍କୁ ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରୀ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଘର ପାଖରେ ପାଣି ଜମିଥିଲେ ତାକୁ ତୁରନ୍ତ ନିସ୍କାସନ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ।
ରିପୋର୍ଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ସଞ୍ଜୟ କୁମାର ପାଣି