କଳଙ୍କିତ ଅଧ୍ୟାୟର ଅନ୍ତ କାହାଣୀ, ଟ୍ରେନ୍ ଲାଇନ୍…

କୋରାପୁଟ : ରେଳ ଟ୍ରାକ ଉପରେ ପଡିଥିଲା ଦୁଇଟି ଶବ । ଜଣେ ପୁରୁଷ ଏବଂ ମହିଳା ଦୁହେଁ ସାଥୀ ହୋଇ କରିଥିଲେ ଆତ୍ମହତ୍ୟା । ପାରିପାର୍ଶ୍ବିକ ସ୍ଥିତି ସ୍ପଷ୍ଟ କରୁଥିଲା ଯେ ଏହା ଏକ ଆତ୍ମହତ୍ୟା । ମହିଳା ଜଣକଙ୍କ ହାତରେ ଥିବା ଶଙ୍ଖା ଦେଖି ଲାଗୁଥିଲା ଦୁହେଁ ସ୍ବାମୀ-ସ୍ତ୍ରୀ ହୋଇପାରନ୍ତି । ମାତ୍ର ସତ ସେଇୟା ନ ଥିଲା । ଗତ ଗୁରୁବାର ସନ୍ଧ୍ୟାରେ ପୁରୀ ତାଳବଣିଆ ରେଲୱେ ଲେବେଲ କ୍ରସିଂ ନିକଟରୁ ଦୁହିଁଙ୍କ ଶବ ଉଦ୍ଧାର କରିଥିଲା ଜିଆରପି ପୋଲିସ । ଦୁହିଁଙ୍କ ଶବ ଉଭୟଙ୍କୁ କୋଳାଗ୍ରତ କରି ଲେବେଲ କ୍ରସିଂ ଉପରେ ନିସ୍ତବ୍ଧ ଅବସ୍ଥାରେ ପଡି ରହିଥିଲା । ପରେ ପୋଲିସ ସେମାନଙ୍କ ନିକଟରୁ ଉଦ୍ଧାର ହୋଇଥିବା ଆଧାର କାର୍ଡ, ଭୋଟର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଜରିଆରେ ପରିଚୟ ସଂଗ୍ରହ କରି ସେମାନଙ୍କ ପରିବାରକୁ ଖବର ଦେଇଥିଲେ । ମୃତକମାନେ ଥିଲେ କୋଟପାଡ଼ ଅଞ୍ଚଳର ଯୁବକ ଜୋତିନ ଶଙ୍କର ପାଢ଼ୀ, ବୟସ ୩o ଏବଂ ଯୁବତୀ ତୃପ୍ତିମୟୀ ସାହୁ, ବୟସ ୨୨ ବର୍ଷ l ତେବେ ଉଭୟ ସ୍ବାମୀ-ସ୍ତ୍ରୀ ନ ଥିଲେ । ଭଭୟ ଥିଲେ ସମ୍ପର୍କୀୟ ଭାଇ-ଭାଉଣୀ । ଭାଇ-ଭଉମୀ ନାମରେ ଥିଲେ କଳଙ୍କ ।
ଅନୈତିକ ପ୍ରେମ ପାଗଳ ଦୁହେଁ ସିନା ସାଥୀ ହୋଇ ଆରପରିକୁ ଚାଲିଗଲେ, ମାତ୍ର ସେମାନଙ୍କ କୁତ୍ସିତ କାହାଣୀ ସେମାନଙ୍କ ପରିବାର ପାଇଁ ଏକ ଅଭିଶାପ ପାଲଟିଯାଇଛି । ପରକୀୟା ପ୍ରୀତି ଆଜି ସୁନାର ସଂସାରରେ ନିଆଁ ଲଗେଇ ଦେଇଛି । ଏ ଘଟଣା ହେଉଛି କୋରାପୁଟ ଜିଲ୍ଲା କୋଟପାଡ ଅଞ୍ଚଳର । ୩ ବର୍ଷ ତଳେ କୋରନl ସମୟରେ ମୃତା ତୃପ୍ତି, ଜନୈକ ଯୁବକଙ୍କୁ ନବରଙ୍ଗପୁର ରେଜିଷ୍ଟ୍ରି ଅଫିସରେ ପ୍ରେମ ବିବାହ କରିଥିଲେ । ବିବାହ ପରେ ଶାଶୁ ଘରେ କେହି ଝିଅ ନ ଥିବାରୁ ତାଙ୍କ ଶାଶୁ, ତୃପ୍ତିଙ୍କୁ ଅଳିଅଳି ଝିଅ ଭଳି ସ୍ନେହ ଦେଉଥିଲେ । ଏପରିକି ଉଭୟ ସ୍ବାମୀ ଏବଂ ଶାଶୁ ତୃପ୍ତିଙ୍କ ପ୍ରତ୍ୟେକ ପସନ୍ଦ ଓ ନାପସନ୍ଦର ଖୁବ ଖିଆଲ ରଖୁଥିଲେ । ଏହାରି ଭିତରେ ତୃପ୍ତି ଏକ ପୁତ୍ର ସନ୍ତାନର ଜନନୀ ମଧ୍ୟ ହୋଇଥିଲେ । ବେଶ୍ ହସଖୁସିରେ ଚାଲିଥିଲା ତୃପ୍ତିଙ୍କ ପରିବାର ।
ହେଲେ ତୃପ୍ତିଙ୍କ ମନର କୁହୁଳା ନିଆଁ ତାଙ୍କୁ ବେଶି ଦିନ ଖୁସିରେ ରଖିନଥିଲା । ତାଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ ଜୋତିନ ଶଙ୍କର ପାଢୀ । ଜୋତିନ ହେଉଛନ୍ତି ତୃପ୍ତିଙ୍କ ସ୍ବାମୀଙ୍କ ବନ୍ଧୁ । ସାଙ୍ଗସାଥୀଙ୍କ ସହଯୋଗରେ ଜୋତିନ କେନ୍ଦୁଗୁଡା ଛକ ନିକଟରେ ଗୋଟିଏ ମୋଟର ସାଇକେଲ ଗ୍ୟାରେଜ ଖୋଲି ଦୁଇ ପଇସା ରୋଜଗାର କରୁଥିଲେ । ତୃପ୍ତି ମଧ୍ୟ ଜୋତିନଙ୍କୁ ଭାଇ ହିସାବରେ ରାକ୍ଷୀ ବlନ୍ଧୁଥିଲେ । ତେବେ ଜୋତିନ, ତୃପ୍ତିଙ୍କ ସ୍ୱାମୀଙ୍କ ବନ୍ଧୁ ହୋଇଥିବାରୁ ଏବଂ ତୃପ୍ତିଙ୍କ ଧର୍ମୀୟ ଭାଇ ହୋଇଥିାରୁ ଶାଶୁ ଘରେ ଜୋତିନଙ୍କୁ ପୁଅ ଭଳି ମାନ୍ୟତା ଦିଆଯାଇଥିଲା । ମାତ୍ର ତୃପ୍ତି ଏବଂ ଜୋତିନଙ୍କ ମନ ଭିତରେ କୁହୁଳୁ ଥିବା ଅନୈତିକ ପାପ ଚିନ୍ତାଧାରା ବାବଦରେ କାହାରି ଦୃଷ୍ଟି ପଡି ନଥିଲା । ଆଉ ଶେଷରେ ତୃପ୍ତି ନିଜ ସ୍ବାମୀ ଏବଂ ଦୁଇ ବର୍ଷର ପୁଅର ଚିନ୍ତା ଛାଡି ନିଜ ଅନୈତିକ ପାପକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ଜୋତିନ ସହ ଘର ଛାଡି ଚାଲିଯାଇଥିଲେ ।
ବୋଧ ହୁଏ ଦୁହେଁ ଘରଛାଡି ଚାଲିଯିବା ପରେ ଦୁହିଁଙ୍କ ଭୁଲର ପଶ୍ଚାତାପ କରିବା ଉଦ୍ଦେଶ୍ୟ ନେଇ ଦୁହେଁ ସାଥୀ ହୋଇ ଆତ୍ମହତ୍ୟା କରିଦେଲେ । ମାତ୍ର ସେମାନଙ୍କ ଏହି ଅନୈତିକ କାହାଣୀ, ପରିବାର ଲୋକଙ୍କ ମନରେ ଭରିଦେଇଛି ଅନେକ ପ୍ରଶ୍ନ ଏବଂ ଅନେକ ଯନ୍ତ୍ରଣା । ଲୋକ ନିନ୍ଦା ଏବଂ ଅପମାନଠୁ ବଳିଯାଇଛି ଗୋଟିଏ ପ୍ରଶ୍ନ ଆମେ କଣ ଭୁଲ୍ କରିଥିଲୁ ? ହୁଏତ ଏ ପ୍ରଶ୍ନର ଉତ୍ତର ଦେବାର କ୍ଷମତା ତୃପ୍ତି ଏବଂ ଜୋତିନଙ୍କ ପାଖରେ ନ ଥିଲା । କାରଣ ସେମାନେ ବି ଜାଣିସାରିଥିଲେ କାମନା ବାସ୍ନାରେ ଦୁହେଁ ଅନେକ ସମ୍ପର୍କକୁ ଖିନଭିନ୍ କରିସାରିଛନ୍ତି । ଆଉ ଶେଷରେ ଦୁହେଁ ଆପଣାଇ ନେଇଥିଲେ ମୃତ୍ୟୁର ରାସ୍ତା ।
ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ