ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ଫିଜିଓଥେରାପି ସଂଜୀବନି ସଦୃଶ…

ଭୁବନେଶ୍ଵର : ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ବ ଫିଜିଓଥେରାପି ଦିବସ ଉପଲକ୍ଷେ କଣ୍ଟିନିଅସ୍ ଫିଜିଓଥେରାପି ଏଜୁକେସନ୍ (ସିପିଇ)ର ପଞ୍ଚମ ସଂକ୍ରମଣ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଫିଜିଓଥେରାପି ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଜୁଆନ୍ ଗୁଇଲନ୍ ଏବଂ ସମ୍ମାନିତ ଅତିଥି ଭାବେ ଏସ୍.ଭି.ନିତାରର ବିଭାଗୀୟ ମୁଖ୍ୟ ଡକ୍ଟର ପତିତପାବନ ମହାନ୍ତି ଯୋଗ ଦେଇଥିଲେ ।
ଦୈନନ୍ଦିନ ଜୀବନରେ ଫିଜିଓଥେରାପିର ଆବଶ୍ୟକତା ରହିଛି । ଏକ ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ଫିଜିଓଥେରାପି କେତେ ପରିମାଣରେ ସହାୟକ ହୋଇଥାଏ ସେ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆମ୍ରି ହସ୍ପିଟାଲ ଭୁବନେଶ୍ଵରର ୟୁନିଟ ମୁଖ୍ୟ ଡକ୍ଟର ରୋହିତ ଯଶୱାଲ, ମେଡିକାଲ ସୁପରିଟେଣ୍ଟନ୍ ଡାକ୍ତର ସିର୍ଦ୍ଧାର୍ଥ ମିଶ୍ର , ମାନବସମ୍ବଳ ବିଭାଗ ମୁଖ୍ୟ ସୁଶ୍ରୀ ରାଜଶ୍ରୀ ଉପାଧ୍ୟାୟଙ୍କ ସମେତ ଆମ୍ରି ହସ୍ପିଟାଲର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ