ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ସବୁ ସମସ୍ତେ ପ୍ରସ୍ତୁତ…

ଜଟଣୀ : ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଏକ ପ୍ରସ୍ତୁତି ବୈଠକ, କମିଶନରେଟ ପୋଲିସ ଡିସିପି ଭୁବନେଶ୍ୱରର ପ୍ରତୀକ ସିଂଙ୍କ ନେତୃତ୍ୱରେ ଜଟଣୀସ୍ଥିତ ଅଗ୍ରୱାଲ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜଟଣୀର ସମସ୍ତ ପ୍ରମୁଖ ପୂଜା କମିଟିର ସଭାପତି, ସମ୍ପାଦକ, ପୌର ଅଧ୍ୟକ୍ଷ ଅନନ୍ତ ବେହେରା ଓ ଜଟଣୀ ମୁନିସିପାଲିଟି କାଉନସିଲରଙ୍କ ସହ ପୋଲିସ, ଜିଲ୍ଲାର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ବର୍ଷ ଗଣେଶ ପୂଜାକୁ ଯାକଜକମରେ କରିବାକୁ ସମସ୍ତ ପୂଜା ମଣ୍ଡପ ପ୍ରସ୍ତୁତ ଥିବା ବିଭିନ୍ନ ବଜାର କମିଟି ତରଫରୁ କୁହାଯାଇଛି । ଏହି ଅବସରରେ ଜଟଣୀ ବଜାରରେ ଥିବା ବିଭିନ୍ନ ସମସ୍ୟା ବାବଦରେ ମଣ୍ଡପର ସଭାପତିମାନେ ଅଭିଯୋଗ କରିଥିଲେ l ତେବେ ସବୁ ସମସ୍ୟାକୁ ପୂଜା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରାଯିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ ।
ଚଳିତ ବର୍ଷ ପୂଜାକୁ ଶୃଙ୍ଖଳିତ ଭାବେ କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଡିସିପି ପ୍ରତୀକ ସିଂ କହିଛନ୍ତି l ଏହି ବୈଠକରେ ଏସିପିଜୋନ ୩ ପ୍ରଦୀପ କୁମାର ରାଉତ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତିଙ୍କ ସମେତ ଜଟଣୀ ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂ ଏବଂ ଜଟଣୀର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ଥିଲେ l ତେବେ ପୂଜା ସମୟରେ ସମସ୍ତ ଜନସାଧାରଣ ଓ ପୂଜା ମଣ୍ଡପର ସଭ୍ୟମାନଙ୍କ ସହଯୋଗ କାମନା କରିଛନ୍ତି ଡିସିପି ପ୍ରତୀକ ସିଂ l
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ