ଓଡିଶା

ଶିକ୍ଷା ବିଭାଗର ଉଦାସୀନ ମନୋଭାବ ଏବଂ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ, ସଂସ୍କୃତ ଶିକ୍ଷା ପ୍ରତି ବଡ ଅବହେଲା…

ବେଗୁନିଆପଡା : ନାହିଁ ନାହିଁରେ ଚାଲିଛି ବେଗୁନିଆପଡା ବ୍ଲକ ସଂସ୍କୃତ ଶିକ୍ଷା । ମେଦିନୀପୁର ଏବଂ ତାଳସରରେ ବିପର୍ଯ୍ୟସ୍ତ ଅବସ୍ଥାରେ ସଂସ୍କୃତ ଶିକ୍ଷା । ଏପଟେ ଖଣ୍ଡିଆନଈରେ ଝୁଲୁଛି ତାଲା । ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫ଟି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଂସ୍କୃତ ଶିକ୍ଷା ପ୍ରତି ବୈମାତୃକ ମନୋଭାବ ଦେଖିବାକୁ ମିଳିଛି । ସଂସ୍କୃତ ଶିକ୍ଷା ପାଇଁ ଅନୁଦାନ ଅଭାବ ସାଙ୍ଗକୁ ଏହାକୁ ଅଣଦେଖା ଯୋଗୁଁ ବେଗୁନିଆପଡା ବ୍ଲକର ଛାତ୍ରଛାତ୍ରୀ ଏହି ଶିକ୍ଷାରୁ ନିବୃତ ହେଉଥିବା ଦେଖିବାକୁ ମିଳୁଛି । ବେଗୁନିଆପଡା ବ୍ଲକରେ ସଂସ୍କୃତ ଶିକ୍ଷା ପାଇଁ ମେଦିନୀପୁର, ତାଳସର ଏବଂ ଖଣ୍ଡିଆନଈରେ ବିଦ୍ୟପୀଠ ରହିଛି । ମାତ୍ର ଏଠାରେ ଭିତ୍ତିଭୂମିର ଅଭାବ ସାଙ୍ଗକୁ ଶିକ୍ଷକ ଅଭାବ କାରଣରୁ ଗତ କିଛିବର୍ଷ ହେଲା ଖଣ୍ଡିଆନଈ ସଂସ୍କୃତ ବିଦ୍ୟାପୀଠରେ ତାଲା ଝୁଲୁଥିବା ବେଳେ ବିପର୍ଯସ୍ଥ ଅବସ୍ଥାରେ ପଡି ରହିଛି ମେଦିନୀପୁର ଏବଂ ତାଳସର ସଂସ୍କୃତ ବିଦ୍ୟାଳୟ ।

୧୯୭୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ନିଜ ସମ୍ପର୍କୀୟ ଘରକୁ ମେଦିନୀପୁର ବୁଲିବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ବିଶ୍ୱନାଥ ସଂସ୍କୃତ ବିଦ୍ୟାପୀଠ ସ୍ଥାପିତ ହୋଇଥିଲା । ସେବେଠାରୁ ଗ୍ରାମର କୋଠଘରେ ଚାଲିଥିଲା ଏହି ବିଦ୍ୟାଳୟ । ପରେ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟରେ କିଛି ବର୍ଷ ଚାଲିବା ପରେ ସରପଞ୍ଚଙ୍କ ସହଯୋଗକ୍ରମେ ଏଥିପାଇଁ ଏକ ସ୍ଥାୟୀ ଘର ନିର୍ମାଣ କରାଯାଇଥିଲା । ବର୍ତମାନ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମର ୩୨ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ କୌଣସି ଖେଳ ପଡିଆ, ଶୌଚାଳୟ, କିମ୍ବା ରୋଷେଇ ଘର ଏବଂ ପିଇବା ପାଣିର ବ୍ୟବସ୍ଥା ନାହିଁ । ଚିକିଟି ବ୍ଲକର ଖଜୁରିଆର ସଂସ୍କୃତ ଶିକ୍ଷକ ନୃସିଂହ ନାଥ ପାଢ଼ୀ ଦୀର୍ଘ ୩୨ ବର୍ଷ ଡେପୁଟେସନରେ ଦାୟିତ୍ୱ ସମ୍ଭାଳି ଥିବାବେଳେ ଗତ ଜୁନରେ ସେ ଅବସର ଗ୍ରହଣ କରିଛନ୍ତି । ଆଉ ଏକ ୨୦୧୭ରୁ ପାତ୍ରପୁର ବ୍ଲକର ସମାସିଂ ସଂସ୍କୃତ ବିଦ୍ୟାପୀଠରୁ ଡେପୁଟେସନରେ ଆସିଥିବା ଶ୍ୟାମସୁନ୍ଦର ସାହୁ ଏକାକୀ ବର୍ତ୍ତମାନ ଏହି ସଂସ୍କୃତ ବିଦ୍ୟାପୀଠର ଦାୟିତ୍ୱରେ ଅଛନ୍ତି ।  

ବର୍ତମାନ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଇଁ ଡ୍ରେସ ପଇସା ଆସିନଥିବାରୁ ଡ୍ରେସ ପାଇନାହାନ୍ତି ଛାତ୍ରଛାତ୍ରୀ । ଏକ ପରିତ୍ୟକ୍ତ ଘରେ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇଥିବା ବେଳେ ପିଇବା ପାଣି ପାଇଁ ବାହାରୁ ନଳକୂଅ ଉପରେ ନିର୍ଭର କରୁଛନ୍ତି ସେମାନେ । ତେବେ ସଂସ୍କୃତ ବିଦ୍ୟପୀଠ ହୋଇଥିବା ବେଳେ କେବଳ ଜଣେ ମାତ୍ର କଳା ବିଭାଗର ଶିକ୍ଷକ ଅଛନ୍ତି । ସେହିପରି ତାଳସର ସଂସ୍କୃତ ବିଦ୍ୟାପୀଠ ହାଇସ୍କୁଲର ଏକ ପୁରୁଣା ଘରେ ଚାଲିଛି । ଏଠି ନବମ ଏବଂ ଦଶମର ୨୩ ଜଣ ଛାତ୍ରଛାତ୍ରୀ ପଡୁଥିବା ବେଳେ ୨ ଜଣ କଳା ବିଭାଗର ଶିକ୍ଷକ ଏଠାରେ ରହିଛନ୍ତି । ତେବେ ଉକ୍ତ ବିଦ୍ୟାପୀଠରେ ସଂସ୍କୃତ ଶିକ୍ଷକ ନ ଥିବା କହିଛନ୍ତି ଛାତ୍ରଛାତ୍ରୀ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଠିବି ବିଦ୍ୟପୀଠର ନିଜସ୍ୱ ଗୃହ ନଥିବା ବେଳେ କୌଣସି ସୁବିଧା ନାହିଁ । ଅପରପକ୍ଷେ ଶିକ୍ଷକ ଅଭାବ ସାଙ୍ଗକୁ ଭିତ୍ତିଭୂମିର ଅଭାବ ଯୋଗୁଁ ଖଣ୍ଡିଆନଈ ସଂସ୍କୃତ ବିଦ୍ୟାପୀଠରେ କିଛିବର୍ଷ ହେଲା କୌଣସି ଛାତ୍ରଛାତ୍ରୀ ନାମ ଲେଖାଇ ନଥିବାରୁ ବିଦ୍ୟାଳୟରେ ବର୍ତମାନ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟର କାଗଜପତ୍ର ଦାୟିତ୍ୱ ମେଦିନୀପୁର ବିଦ୍ୟାପୀଠ ଶିକ୍ଷକଙ୍କ ଅଧୀନରେ ରହିଛି । ଏଣୁ ତୁରନ୍ତ ରାଜ୍ୟସରକାର ଏବଂ ଜିଲ୍ଲା ଶିକ୍ଷା ବିଭାଗ ଦୃଷ୍ଟି ଦେଇ ସଂସ୍କୃତ ବିଦ୍ୟାଳୟକୁ ଚାଲୁ କରିବା ଦିଗରେ କାର୍ଯ୍ୟ କରିବାକୁ ଦାବି କରିଛନ୍ତି ଅଭିଭାବକ ।

ସୂଚନା ଅନୁସାରେ, ଗଞ୍ଜାମ ଜିଲାରେ ୨୮ଟି ସଂସ୍କୃତ ବିଦ୍ୟାପୀଠ ଥିବାବେଳେ ୮୪ଜଣ ଶିକ୍ଷକ ଥିଲେ । ମାତ୍ର ବର୍ତମାନ ୧୬ଟି ବିଦ୍ୟାପୀଠ ବନ୍ଦ ହୋଇ ଆଉ ୧୨ଟି ବିଦ୍ୟପୀଠରେ ମାତ୍ର ୧୫ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା