ବାଲିଆପାଳରେ ଧୁମଧାମରେ ପାଳିତ ହୋଇଯାଇଛି ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବ…

ବାଲିଆପାଳ : ଗତ ବୁଧବାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଧୁମଧାମରେ ପାଳିତ ହୋଇଥିବା ବେଳେ ଗତକାଲି ନନ୍ଦୋତ୍ସଵ ପାଳିତ ହୋଇଯାଇଛି । ଏ ନେଇ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ବାସୁଦେବପୁରରେ ଯୁବକଙ୍କୁ ନେଇ ଭାଗବତଟୁଙ୍ଗିରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ବାଲଗୋପାଳଙ୍କର ପୂଜାର୍ଚ୍ଚନା ଯଥାରୀତି କରାଯାଇଥିଲା । ଅପରାହ୍ନରେ ଟୁଙ୍ଗୀର ସମସ୍ତ ଯୁବକ ତଥା ଗ୍ରାମବାସୀଙ୍କ ସହଯୋଗରେ ନଗର ପରିକ୍ରମା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଛୋଟ ଛୋଟ ପିଲାମାନେ ରାଧା ,କୃଷ୍ଣ ବେଶରେ ସୁସଜ୍ଜିତ ହୋଇ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ନନ୍ଦୋତ୍ସବରେ ପ୍ରବଚନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭକ୍ତମାନେ ହରିକଥା ଶ୍ରବଣର ସୌଭାଗ୍ୟ ପ୍ରାପ୍ତି ଅର୍ଜନ କରିଥିଲେ । କାର୍ଯ୍ୟକ୍ରମରେ ଟୁଙ୍ଗି ସଭାପତି ପ୍ରଶାନ୍ତ ବେହେରା, ସମ୍ପାଦକ ପରମେଶ୍ବର ବିଶ୍ବାଳ, ଉପସଭାପତି ମନୋଜ ସାମଲ, ଭୈରବ ଦାସ, ତପନ ପାତ୍ର, ପ୍ରଦୀପ ଦାସ, ମନୋଜ ନାୟକ, ଶିଶିର ବିଶ୍ବାଳ, ରବୀନ୍ଦ୍ର ଦେ, ତାପସ ମହାନ୍ତି, ବଳରାମ ବିଶ୍ବାଳ, ଜଗନ୍ନାଥ ବିଶ୍ବାଳ, ଜୟଦେବ ଜତି, ପ୍ରଭାତ ବାରିକ, ଓମ୍ ପ୍ରକାଶ ନାଥ, ଶୁଭେନ୍ଦୁ ଦାସ, ଅକ୍ଷୟ ଦାସ, ରଞ୍ଜନ ମହାନ୍ତି ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ବାଲେଶ୍ୱର ଜିଲ୍ଲା ବାଲିଆପାଳରୁ ଚନ୍ଦନ ଅଣ୍ଡିଆ