ପ୍ରବଳ ବର୍ଷାରେ ଧୋଇଗଲା ୪୦ ବର୍ଷର ପୁରୁଣା ପୋଲ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବେଗୁନିଆ ଓ ତୋଟାପଡା ଗ୍ରାମରେ ଥିବା ରାସ୍ତାର ଜୋରପୋଲର ଗୋଟିଏ ପାଖ ଲଗାଣ ବର୍ଷାରେ ଧୋଇ ହୋଇଯାଇଛି l ଫଳରେ ବେଗୁନିଆ ଓ ତୋଟାପଡ଼ାକୁ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ସୂଚନା ଅନୁସାରେ, ରାତିରେ ପ୍ରବଳ ବର୍ଷା କାରଣରୁ ପ୍ରାୟ ୪୦ ବର୍ଷ ପୁରୁଣା ଏହି ପୋଲ ଭୁଷୁଡ଼ି ଯାଇଛି । ଖବର ପାଇ ସ୍ଥାନୀୟ ବିଜେଡ଼ି ନେତା ସନ୍ତୋଷ ଖଟୁଆ ଓ ଜିଲ୍ଲାପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ଖୁବଶୀଘ୍ର କିଭଳି ପୋଲ ନିର୍ମାଣ କରାଯିବ ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ସ୍ଥାନୀୟ ଜନପ୍ରତିନିଧି ।
ରିପୋର୍ଟ : ନୀଳଗିରିରୁ ସଚିଦାନଁଦ ପାତ୍ର