ଓଡିଶା

ଗ୍ରାମବାସୀଙ୍କ ପାଇଁ ଦାଉ ସାଧୁଛି ବକ୍ସାଇଟ ପରିବହନ । ବାୟୁମଣ୍ଡଳ ଦୂଷିତ ଯକ୍ଷ୍ମା ରୋଗର ପ୍ରମୁଖ କାରଣ…

କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପରିସରରେ ଆମ ପୋଲିସ ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳର ଯୁବବର୍ଗମାନେ ସେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଲକ୍ଷ୍ମୀପୁର ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆମ ପୋଲିସ ବୈଠକରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଅତିରିକ୍ତ ଏସପି ଭଳଭଦ୍ର ଦୀପ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଜାନି, କୋରାପୁଟ ପୂର୍ବତନ ସାଂସଦ ଝିନ୍ନ ହିକକା, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ, ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ସୁଆଇ କୁଲେସିକା, ବିଜେଡ଼ି ଦଳର କୋରାପୁଟ ସାଂସଦ ଆଶାୟୀ ପ୍ରାର୍ଥୀ କୌଶଲ୍ୟା ହିକକା, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳ ଆଶାୟୀ ବିଧାୟକ ପ୍ରାର୍ଥୀ ପବିତ୍ର ସାଉଁତା ଓ ଲକ୍ଷ୍ମୀପୁର ଅଞ୍ଚଳର ଜନ ପ୍ରତିନିଧି ତଥା ସରପଞ୍ଚ, ସମିତି ସଭ୍ୟ ଏବଂ ଜନ ସାଧାରଣ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିରେ ଲକ୍ଷ୍ମୀପୁରରେ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ସୁଜ୍ଞାନି ସାହୁ ବୈଠକକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କିଛି ବରିଷ୍ଠ ନାଗରିକ ଲକ୍ଷ୍ମୀପୁର ସଦର ମହକୁମାରେ ଚୋରା ମଦ ବ୍ୟବସାୟ ବାବଦରେ ଆଲୋଚନା କରିବା ସହିତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପୋଲିସର ସହଯୋଗ ଆଶା କରିଥିଲେ । ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ବକ୍ସାଇଟ ଖଣି ପରିବହନ କରୁଥିବାରୁ ଅନେକ ବଡ଼ ବଡ଼ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ପ୍ରାଣହାନୀ ଘଟୁଛି । ଏହାସହ ବକ୍ସାଇଟ ପରିବହନ କାରଣରୁ ବାୟୁମଣ୍ଡଳ ଦୂଷିତ ହୋଇ ନିକଟସ୍ଥ ଗ୍ରାମବାସୀଙ୍କ ପାଇଁ ଯକ୍ଷ୍ମା ରୋଗ ସୃଷ୍ଟି କରୁଛି । ଫଳରେ ଅନେକ ଲୋକ ଜୀବନ ସହ ଲଢେଇ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ ଲକ୍ଷ୍ମୀପୁର ଜନ ଜାଗରଣ ସଭାପତି କୈଳାସ ଚନ୍ଦ୍ର ଦାସ ।

ରିପୋର୍ଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ସଞ୍ଜୟ କୁମାର ପାଣି

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା