ଓଡିଶା

କୃଷ୍ଣ ପ୍ରେମରେ ବିମୋହିତ ହୋଇ ନାଚିଲେ ସୁରଙ୍କ ପୁଅ…

ଜଟଣୀ : ଜଟଣୀର ବିଭିନ୍ନ ସ୍ଥାନରେ ମହାଡମ୍ବରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି l ଜଟଣୀର ପୁରାତନ ମନ୍ଦିର ଗୋପୀନାଥଙ୍କ ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଉତ୍ସବ ଧୁମଧାମର ସହ ପାଳିତ ହୋଇଛି । ଏହି ଅବସରରେ ସକାଳୁ ବହୁଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ଆଳତୀ ପରେ ଓଡିଶାର ପ୍ରସିଦ୍ଧ ଭଜନ ଗାୟକଙ୍କଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ସେହିଭଳି କୋଲକାତାରୁ ଆସିଥବା ପ୍ରସିଦ୍ଧ ହିନ୍ଦୀ ଭଜନ ଗାୟକଙ୍କ ଦ୍ୱାରା ରାତି ୧୨ ଘଟିକା ପର୍ଯ୍ୟନ୍ତ ଭଜନ ସମାରୋହ ଆୟୋଜିତ ହୋଇଥିଲା l 

ଜଟଣୀ ଆନ୍ଧ୍ରା ବ୍ୟାଙ୍କରେ ଥିବା ଶ୍ରୀ ଶ୍ରୀ ସିଦ୍ଧମହାବୀରଙ୍କ ପ୍ରାଙ୍ଗଣରେ ମଧ୍ୟ ୧୨ ତମ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଭକ୍ତଙ୍କ ପାଇଁ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଅପରପକ୍ଷେ ଜଟଣୀ ନାଗରିକ କମିଟି ତରଫରୁ ଶ୍ରୀବତ୍ସ ପାଠାଗାର ପରିସରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି I ପୁରୁଣା ପ୍ରଥା ତଥା ଦହି ହାଣ୍ଡି ଭାଙ୍ଗିବା, ଦାଣ୍ଡିଆ ନାଚ ଆଦି ପରମ୍ପରାକୁ ବଜାୟ ରଖି ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ଅବସରରେ କୁନି କୁନି ପିଲାମାନେ ଦହିହାଣ୍ଡି ଭାଙ୍ଗିବାର ଦୃଶ୍ୟକୁ ଉପଭୋଗ କରିବା ସହ କ୍ୟାପଟେନ ମନ୍ମଥଙ୍କ ସହ ମିଶି ଦାଣ୍ଡିଆ ନାଚି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମରେ ଜଟଣୀ ଓ ଏହାର ଆଖପାଖ ଅଂଚଳର ବହୁ କୃଷ୍ଣ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା l

ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା