ଆରମ୍ଭ ହେଲା ଭୋଟର ସଚେତନତା ଅଭିଯାନ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ପୁରୁଣାଗଡ଼ସ୍ଥିତ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ଭୋଟର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ତାରିଣୀ ରଞ୍ଜନ ରାୟ, ଗ୍ରାମ ପଞ୍ଚାୟତ ଅଧିକାରୀ ସୁନୀଲ କୁମାର ରାଉତରାୟ ଯୋଗ ଦେଇ ଏହି ଭୋଟର ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ନୂତନ ଭୋଟର ତାଲିକାରେ ପଞ୍ଜିକରଣ କରିବା ସହ ସଂଶୋଧନ କରିବା ବାବଦରେ ଆଲୋଚନା କରିଥିଲେ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ