ଓଡିଶା

ସ୍ୱାୟତ୍ତ ଶାସନ ଦିବସକୁ ଆସିଲେନି ଅତିଥି । ଟଣାଓଟରାରେ ଚାଲିଲା କାର୍ଯ୍ୟକ୍ରମ…

ହିନ୍ଦୋଳ : ହିନ୍ଦୋଳ ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ହିନ୍ଦୋଳ ଏନ୍ଏସିର କାର୍ଯ୍ୟ କଳାପରେ ଅତିଷ୍ଠ ହୋଇ ସାଂସଦ, ଜିଲ୍ଲାପାଳ, ଏଡିଓମ୍, ଏସ୍.ପି, ତହସିଲଦାର ଓ ବିଡ଼ିଓ ଅତିଥି ଥାଇ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆସି ନଥିଲେ । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ଜୋର ଧରିଛି । ଏପଟେ ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ ଓ ତାଙ୍କର କର୍ମୀ ତଥା ୧୧ନଂ ୱାର୍ଡର ପୂର୍ବତନ କାଉନସିଲରଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅସମ୍ମାନ ଯୋଗୁଁ ବିଧାୟିକା ଆସୁ ନଥିବା ବେଳେ ବାରମ୍ବାର ବିଭିନ୍ନ ମାଧ୍ୟମରେ ଫୋନ୍ ଗଲା ପରେ ବିଧାୟିକା ମାତ୍ର ୧୫ମିନିଟ ରହି କାର୍ଯ୍ୟକ୍ରମରୁ ପଳାଇଥିଲେ ।

ଅପରପକ୍ଷେ ଉପଜିଲ୍ଲପାଳ ଶିବାନନ୍ଦ ସ୍ୱାଇଁ ବିଭିନ୍ନ କାର୍ଯ୍ୟ ବ୍ୟସ୍ତରେ ଥାଇ ମଧ୍ୟ ହିନ୍ଦୋଳ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅନୁରୋଧ ପରେ କାର୍ଯ୍ୟକ୍ରମରେ ନିଜର ସମୟ ବାହାର କରି ଯୋଗ ଦେଇଥିଲେ । ତେବେ ଦୁଃଖର ବିଷୟ ହିନ୍ଦୋଳ ଏନ୍ଏସି କର୍ତ୍ତୁପକ୍ଷ ଜଣେ ଦକ୍ଷ ଉପଜିଲ୍ଲପାଳଙ୍କୁ କାର୍ଯ୍ୟକ୍ରମ ମଞ୍ଚରେ ଏକା ଛାଡ଼ି ନେତାଙ୍କୁ ଆଣିବା ପାଇଁ ପଳାଇ ଯାଇଥିଲେ । ଯାହାକୁ ଦୃଢ଼ ନିନ୍ଦା କରିଥିଲେ ହିନ୍ଦୋଳ ଏନ୍ଏସିବାସୀ । ସଭା ମଞ୍ଚରେ ୮ନଂ ୱାର୍ଡ କାଉନସିଲର ଓ ୩ନଂ ୱାର୍ଡ କାଉନସିଲରଙ୍କୁ ଅତିଥି ନ ଆସିବା ଯୋଗୁଁ ବସାଯାଇଥିବାବେଳେ ଅନ୍ୟ କାଉନସିଲରଙ୍କୁ କାହିଁକି ସଭା ମଧ୍ୟରେ ବସାଗଲା ନାହିଁ ବୋଲି ଜନସାଧରଣ କ୍ଷୋଭ ପ୍ରକାଶ କରିଛନ୍ତି । ଏପଟେ ୧୧ନଂ ୱାର୍ଡ ଓ ୯ନଂ ୱାର୍ଡ ସମ୍ବର୍ଦ୍ଧନା ପତ୍ର ନେଇ ନଥିବା ଦେଖା ଦେଇଥିଲା । ତେବେ ହିନ୍ଦୋଳ ଏନ୍ଏସି ନୂତନ ଅଧ୍ୟକ୍ଷଙ୍କ ଦ୍ଵାରା ମିନି ଷ୍ଟାଡିୟମରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ବେଶ୍ ପ୍ରଶଂସା କରିଥିଲେ ହିନ୍ଦୋଳ ଏନ୍ଏସିବାସୀ ।

ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା