ଶେଷ ହେଲା ନ୍ୟାସନାଲ ୱେଲ୍ଡିଂ ମିଟ୍-୨୦୨୩ …

ଭୁବନେଶ୍ୱର : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱେଲ୍ଡିଂ(ଆଇଆଇଡବ୍ଲୁ-ଇଣ୍ଡିଆ)ର ଫ୍ଲାଗସିପ୍ କାର୍ଯ୍ୟକ୍ରମ, ନ୍ୟାସନାଲ ୱେଲ୍ଡିଂ ମିଟ୍-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଆଇଆଇଡବ୍ଲୁ-ଇଣ୍ଡିଆ,ଭୁବନେଶ୍ୱର ସେଣ୍ଟର ପକ୍ଷରୁ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ସହଯୋଗରେ ୟୁସିସିଏଲ୍ ଅଡିଟୋରିୟମ ହଲରେ ୨ଦିନିଆ ଜାତୀୟ ୱେଲ୍ଡିଂ ମିଟ୍-୨୦୨୩ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ଟାଟା ଷ୍ଟିଲର ମେକାନିକାଲ ରକ୍ଷଣାବେକ୍ଷଣ ମୁଖ୍ୟ ଶଙ୍କର ବିଶ୍ୱାସ, ଜାତୀୟ ୱେଲ୍ଡିଂ ମିଟ୍-୨୦୨୩କୁ ଆଇଆଇଡବ୍ଲୁ ଭୁବନେଶ୍ୱର ସେଣ୍ଟରର ଅଧ୍ୟକ୍ଷ ଜ୍ଞାନରଞ୍ଜନ ମହାନ୍ତି, ୟୁସିସିଆଇଏଲର ସଭାପତି ଡ.ବ୍ରହ୍ମାନନ୍ଦ ମିଶ୍ରଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ଏହି ଅବସରରେ ଇଣ୍ଟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅପ୍ ୱେଲ୍ଡିଂର ଉପସଭାପତି ତଥା ଆଇଆଇଡବ୍ଲୁ-ଇଣ୍ଡିଆର ପୂର୍ବତନ ସଭାପତି ଆର୍ ଶ୍ରୀନିବାସନ, ଆଇଆଇଡବ୍ଲୁ-ଇଣ୍ଡିଆର ଉପାଧ୍ୟକ୍ଷ ରାହୁଲ ସେନଗୁପ୍ତା, ଆଇଆଇଡବ୍ଲୁ ଇଣ୍ଡିଆ, କୋଲକାତା ଶାଖାର ପ୍ରଫେସର ଶାନ୍ତନୁ ଦାସ,ଆଇଆଇଡବ୍ଲୁ-ଇଣ୍ଡିଆର ମହାସଚିବ ଋତୁରାଜ ବୋଷ, ଆଇଆଇଡବ୍ଲୁ-ଇଣ୍ଡିଆ ଭୁବନେଶ୍ୱର ସେଣ୍ଟରର ପ୍ରଫେସର ଓମକାରନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ଉଭୟ ଶିଳ୍ପ ଓ ଶିକ୍ଷାନୁଷ୍ଠାନର ୱେଲ୍ଡିଂ, ପୁନରୁଦ୍ଧାର ଏବଂ ମରାମତି ସହିତ ବିଶେଷଜ୍ଞମାନେ ଅତ୍ୟାଧୁନିକ ୱେଲ୍ଡିଂର ସ୍ଥିତି ବିଷୟରେ ଆଲୋଚନା କରିଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ