ମିଷ୍ଟର ଇଣ୍ଡିଆ-୨୦୨୩ ହେଲେ ସାରଙ୍ଗ ପାତ୍ରୋ…

ଭୁବନେଶ୍ୱର : ସାରଙ୍ଗ ପାତ୍ରୋ ହେଲେ ମିଷ୍ଟର ଇଣ୍ଡିଆ-୨୦୨୩ । ଓଡିଶାର ଏହି ଯୁବକ ଆଜି ଜାତୀୟ ସ୍ତରରେ ସଫଳତା ହାସଲ କରିବା ସହ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ମିଷ୍ଟର ଇଣ୍ଡିଆ-୨୦୨୩ ପାଇଁ ଚାଲିଥିବା ଗ୍ଲୋବାଲ ହ୍ୟାଣ୍ଡସମ୍ ପ୍ରତିଯୋଗିତାରେ ସାରଙ୍ଗ ବିଜେତା ହେବା ସହିତ ବଲିଉଡ ଆକ୍ଟର ତଥା ମଡେଲ ରାହୁଲ ଦେବଙ୍କ ନିକଟରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।

ହାଇଦ୍ରାବାଦସ୍ଥିତ ନୋଭୋଟେଲ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିନି ରାଉଣ୍ଡ ଯଥା- ଟ୍ୟାଲେଣ୍ଟ ରାଉଣ୍ଡ, ଏଥିନିକ୍ ରାଉଣ୍ଡ ଏବଂ ଟକ୍ସେଡୋ ଦେଇ ଯିବାକୁ ପଡିଥିଲା । ଏହି ଅବସରରେ ସେ ଆହୁରି ଦୁଇଟି ଟାଇଟଲ୍ ହାସଲ କରିବାରେ ସଫଳ ହୋଇଛନ୍ତି । ସେଗୁଡିକ ହେଲା ମିଷ୍ଟର ୱାନ୍ ଇନ୍ ମିଲିୟନ୍ ଏବଂ ମିଷ୍ଟର କନଫିଡେଣ୍ଡ ।

ସାରଙ୍ଗ ପାତ୍ରୋ ଭୁବନେଶ୍ୱରର ଏକ କର୍ପୋରେଟ୍ କମ୍ପାନୀରେ ଟ୍ୟାକ୍ସ ପରାମର୍ଶଦାତା ଅଛନ୍ତି । ତେବେ ମଡେଲିଂ ପ୍ରତି ଥିବା ତାଙ୍କର ଆଗ୍ରହ ତାଙ୍କୁ ଆଜି ମିଷ୍ଟର ଇଣ୍ଡିଆ-୨୦୨୩ ଭଳି ଉପାଧି ପ୍ରଦାନ କରିଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ