ଓଡିଶା

ନୂଆପଡାରେ ଆୟୋଜିତ ହେବ ଫୁଟବଲ ମହାକୁମ୍ଭ…

ନୂଆପଡ଼ା : ନୂଆପଡାରେ ଗ୍ରାମୀଣ କ୍ରୀଡାର ବିକାଶ ପାଇଁ ମାନ୍ୟବର ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ବରେ ଆଗାମୀ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ରାଜା ଏଟି ହାଇସ୍କୁଲ ପଡିଆରେ ଏକ ଫୁଟବଲ ମହାକୁମ୍ଭର ଆୟୋଜନ କରାଯାଉଛି । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଖଡ଼ିଆଳ, ବୋଡ଼େନ, ସିନାପାଲି ବ୍ଲକର ସମସ୍ତ ୬୮ଟି ଗ୍ରାମ ପଞ୍ଚାୟତ ଓ ଖଡ଼ିଆଳ ଏନ୍ଏସିର ୨ଟି ଦଳ ଅଂଶଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ନେହେରୁ ମଣ୍ଡପରେ ସର୍ବପ୍ରଥମେ ପୁରାତନ କ୍ରୀଡାବିତ ହେରାମ୍ବ ଯୋଶୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଫୁଟବଲ ମହାକୁମ୍ଭର ପ୍ରଚାର ଗାଡି଼କୁ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଅଞ୍ଚଳର ପୂର୍ବତନ କ୍ରୀଡାବିତ ଲାଲମୋହନ ହଂସ, ଅବସରପ୍ରାପ୍ତ ଶିକ୍ଷକ ତୁଳସୀରାମ ମେହେର, ମନୀଷ କୁମାର ପଟେଲ (ସମିତି ସଂଘ ସିନାପାଲି ବ୍ଲକ ସଭାପତି), ଆଶା ଜୈନ (୧୪ନମ୍ବର ଜୋନ ଜିଲ୍ଲାପରିଷଦ), ମହମ୍ମଦ ଅଫତାବ୍ (ଛାତ୍ର କଂଗ୍ରେସ ସଭାପତି), ଅଜିତ କୁମାର ଯୋଶୀ (ବରିଷ୍ଠ ସାମ୍ବାଦିକ), ଜଗନ୍ନାଥ ସାଗର(ବରିଷ୍ଠ ସାମ୍ବାଦିକ), ମଧୁ ଜୈନ, ପୀୟୂଷ କୁମାର ପଟେଲ, ଅମିତ ଜୈନ, ଶୈଳେଶ ପଟେଲ, ପ୍ରକାଶ ପାତ୍ର, ମନୋଜ ଦାସ, ବିହାରିଲାଲ ମଶ୍ରା, ତୁଷାର ମାଝିଙ୍କ ସମେତ ଅଞ୍ଚଳର ଅନେକ କ୍ରୀଡାବିତ୍‌, ଖେଳପ୍ରେମୀ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ସିନାପାଲି ଏକ ବଡ଼ ସହର ହୋଇଥିଲେ ସୁଦ୍ଧା ଏଠାରେ କ୍ରୀଡାର ବିକାଶର୍ଥେ ଖେଳପଡିଆଟିଏ ନାହିଁ । ଯଦି ଆଗକୁ ଭିତ୍ତିଭୂମି ପ୍ରସ୍ତୁତ ହୁଏ ତେବେ ଏଠାରେ ମଧ୍ୟ କ୍ରୀଡାର ବିକାଶ ହେବ ଓ ବଡ଼ ବଡ଼ ଟୁର୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ଖେଳପ୍ରେମୀ ମତ ରଖିଛନ୍ତି । ଏଥିପ୍ରତି ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଭାଗୀୟ ଅଧିକାରୀ ଦୃଷ୍ଟିଦେଲେ ସିନାପାଲି ସହରବାସୀଙ୍କ ଫୁଟବଲ ପ୍ରତି ରୁଚି ବଢିବା ସହ ଖେଳାଳିଙ୍କ ମନୋବଳ ଦୃଢ ହେବ ବୋଲି କହିଛନ୍ତି ଅଞ୍ଚଳବାସୀ ।

ରିପୋର୍ଟ : ନୂଆପଡ଼ାରୁ କୀର୍ତ୍ତି ଚନ୍ଦ୍ର ନାଗ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା