ସ୍ବର୍ଗତଃ ବିଜୟ ମହାନ୍ତିଙ୍କ ଶେଷ ଚଳଚ୍ଚିତ୍ର “କର୍ତ୍ତବ୍ୟ”…

ଭୁବନେଶ୍ବର : ମୁକ୍ତିଲାଭ କଲା ସ୍ବର୍ଗତଃ ବିଜୟ ମହାନ୍ତିଙ୍କ ଶେଷ ଚଳଚ୍ଚିତ୍ର “କର୍ତ୍ତବ୍ୟ” । ଏହି ଚଳଚ୍ଚିତ୍ର କେବଳ ସ୍ବର୍ଗତ ବିଜୟ ମହାନ୍ତିଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ନବାଗତ ସ୍ବର୍ଗତ ସତ୍ୟଙ୍କ ମଧ୍ୟ ଏହା ହେଉଛି ଶେଷ ଚଳଚ୍ଚିତ୍ର । ଦୁଃଖର କଥା ଦୁହେଁ ଏହି ଚଳଚ୍ଚିତ୍ରରେ ଓକିଲ ଚରିତ୍ରରେ ଅଭିନୟ କରିଥିଲେ । ତେବେ କରୋନା ହିଁ ଦୁହଁଙ୍କ ଜୀବନରେ ଯବନିକା ପକାଇଥିଲା । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶ୍ରୀ ଜଗନ୍ନାଥ ମୁଭିଜର ପ୍ରଥମ ଅବଦାନ “କର୍ତ୍ତବ୍ୟ” ରିଲିଜ ହୋଇଛି । ଏଥିରେ ଅଶ୍ରୁମୋଚନ, ଜୀବନ ପଣ୍ଡା, ରତନ ମେହେରଙ୍କ ଭଳି ବର୍ଷିୟାନ ଅଭିନେତାଙ୍କ ସମତେ ଦର୍ଶକ ରୁପେଶ, ପ୍ରିୟଦର୍ଶିନୀ, ତନୁଶ୍ରୀ ଏବଂ ସୂର୍ଯ୍ୟନାରାୟଣଙ୍କ ଅଭିନୟର ଝଲକ ଦେଖିବାକୁ ମିଳିଛି । ରୁପେଶ ଏଥିରେ ସ୍ପେଶାଲ ଇନଭେସ୍ଟିଗେଟିଙ୍ଗ ଅଫିସର ଭୂମିକା ଅଭିନୟ କରିଥିବାବେଳେ ଅଶ୍ରୁମୋଚନ ହେଡ ମାଷ୍ଟର ଏବଂ ଜୀବନ ପଣ୍ଡାଙ୍କୁ ଦର୍ଶକ ସରପଞ୍ଚ ଭୂମିକାରେ ଦେଖିଛନ୍ତି । ଏହି ସିନେମାରେ ସଙ୍ଗୀତ ପି କୁମାର ଦେଇଥିବାବେଳେ ଏହାର କାହାଣୀ ଲେଖିଛନ୍ତି ସୂର୍ଯ୍ୟ ହିନ୍ଦୁସ୍ତାନୀ । ଶଙ୍କର ପାତ୍ରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମାନସ ରଞ୍ଜନ ପାତ୍ର ।