ଓଡିଶା

ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ରୂପେ ପାଳନ କରୁଛି ଓଡିଶା ଡ୍ରାଇଭର ମହାସଂଘ…

ଜଟଣୀ : ଡ୍ରାଇଭର ଦିବସ ପାଳନ କରୁଛି ଓଡିଶା ଡ୍ରାଇଭର ମହାସଂଘ । ଏହି ପରିପ୍ରେକ୍ଷୀରେ ଜଟଣୀ ବ୍ଲକ ଡ୍ରାଇଭର ମହାସଂଘ ମଧ୍ୟ ଖୁବ୍ ଧୁମଧାମର ସହିତ ଡ୍ରାଇଭର ଦିବସ ପାଳନ କରିଛି । ଆଧୁନିକତା ସ୍ପର୍ଶରେ ଆମେ ପ୍ରତ୍ୟେକ ଦିନ କିଛି ନା କିଛି ଦିବସ ପାଳନ କରୁଥିବାବେଳେ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ରୂପେ ପାଳନ କରାଯିବାକୁ ନିଷ୍ପତ୍ତି ନେଇଥିଲା ଓଡିଶା ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ମହାସଂଘ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସମସ୍ତ ଜିଲ୍ଲାରେ ଡ୍ରାଇଭର ଭାଇମାନେ ଏକତ୍ରିତ ହୋଇ ଡ୍ରାଇଭର ଦିବସ ପାଳନ କରିଛନ୍ତି । ଏହି ଅବସରରେ ଡ୍ରାଇଭରମାନେ କେବଳ ରାଜ୍ୟ ନୁହେଁ ସମଗ୍ର ଦେଶରେ ଡ୍ରାଇଭରମାନେ ଏକତ୍ରିତ ହୋଇ ନିଜର ନାର୍ଯ୍ୟ ଦାବି ପାଇଁ ଲଢେଇ କରିବା ସହିତ ମହାସଂଘକୁ ମଜବୁତ କରିବେ ବୋଲି ପ୍ରତିଜ୍ଞା ନେଇଛନ୍ତି ।

ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା