ଭାଲୁ ଆକ୍ରମଣରେ ନାବାଳକ ଗୁରୁତର…

ନୂଆପଡ଼ା : ଭାଲୁ ଆକ୍ରମଣରେ ନାବାଳକ ଗୁରୁତର । ଗୁରୁତର ନାବାଳକ ଏବେ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଭଏଷାଦାନୀ ଅଧିନସ୍ଥ କାଠଫେର୍ ଗାଁର ସୁଶାନ୍ତ ପହରିଆ ଓ ତାଙ୍କର ବଡ ଭାଇ ସୁକଲାଲ ପହରିଆ ନିକଟସ୍ଥ କୁମ୍ଭେଡ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ଏହି ସମୟରେ ଚାରୋଟି ଭାଲୁ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ତେବେ ବଡ଼ ଭାଇର ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଏକ ବାଡି ଯୋଗେ ଭାଲୁକୁ ବାଡ଼େଇବାରୁ ଦୁଇଟି ଭାଲୁ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ମାତ୍ର ଅନ୍ୟ ଦୁଇଟି ଭାଲୁ ସାନ ଭାଇ ସୁଶାନ୍ତକୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ । ଘଟଣାରେ ସୁଶାନ୍ତର ମୁଣ୍ଡ, ଗୋଡ଼ ଏବଂ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏ ନେଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ସୁଶାନ୍ତକୁ ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
ରିପୋର୍ଟ : ନୂଆପଡ଼ା ଜିଲ୍ଲା ବୋଡ଼େନରୁ କୀର୍ତ୍ତି ଚନ୍ଦ୍ର ନାଗ