ଓଡିଶା

ଫୁଟବଲ ସହ ଜଡିତ ହେବା ପାଇଁ ପିଲାଙ୍କୁ ଆହ୍ବାନ

ଭୁବନେଶ୍ୱର : ଓଡ଼ିଶା ଏଫ୍.ସି ପକ୍ଷରୁ ୫ମ ପ୍ରତିଷ୍ଠା ଦିବସ OSAP ସପ୍ତମ ବାଟାଲିୟନରେ ପାଳିତ ହୋଇଯାଇଛି । ଏଥିରେ ଚନ୍ଦ୍ରଶେଖରପୁର ଭେଙ୍କେଟେଶ୍ୱର ଇଂରାଜୀ ମଧ୍ୟମ ବିଦ୍ୟାଳୟର ୫ମ ରୁ ୭ମ ଶ୍ରେଣୀର ପ୍ରାୟଃ ୧୫୦ ପିଲା ଯୋଗ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ପିଲାମାନଙ୍କୁ ଫୁଟବଲ ସହ ଜଡିତ ହେବା ଏବଂ ସେମାନଙ୍କ ସୁସ୍ଥତା କେମିତି ଏହି ଖେଳ ସହ ଯୋଡିହୋଇ ରହିଛି ସେ ନେଇ ଉତ୍ସାହିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କ୍ଲବ୍ ହେଡ୍ କୋଚ୍ ‘ସର୍ଜିଓ ଲୋବେରା’ ଙ୍କ ସହ ଖେଳାଳି ଅମରେନ୍ଦର ସିଙ୍ଗ ଓ କ୍ଳବର ବିଜନେସ ହେଡ୍ ରବି ଖେଦର, ଶିଶୁ ଓ ଶିକ୍ଷକମାନଙ୍କୁ ସମ୍ବୋଧିତ କରିଥିଲେ । ସେମାନେ କ୍ଲବ ବିଷୟରେ ଏବଂ ଭବିଷ୍ୟତରେ କିପରି କ୍ଳବ ସ୍ଥାନୀୟ ସମ୍ପ୍ରଦାୟ ସହ ଯୋଡି ହୋଇ ରହିବ ସେ ନେଇ ଆଲୋଚନା କରିଥିଲେ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା