ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମକୁ ପ୍ରଶଂସା…

ଓଡ଼ିଶା ସୋସାଇଟି ଅଫ ଯୁନାଇଟେଡ଼ କିଙ୍ଗଡମ, ଲଣ୍ଡନ ଆନୁକୂଲ୍ୟରେ ୪୪ତମ ବାର୍ଷିକ ଉତ୍ସବ ହାରୋଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ରାଜ୍ୟସଭା ସାଂସଦ ଡ଼.ଅମର ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆମେରିକାର ଉଦ୍ୟୋଗୀ ଡ଼.ସୀତାକାନ୍ତ ଦାଶ, ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ଡ଼.ରୋଜାଲିନ ପଟ୍ଟଶାଣି ମିଶ୍ରଙ୍କ ସମେତ ଲଣ୍ଡନସ୍ଥିତ ଓଡ଼ିଆ ସୋସାଇଟିର ସଭାପତି ସୁମନ୍ତ ମାନସିଂହ, ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ, ସାଂସ୍କୃତିକ ସମ୍ପାଦିକା ଡ଼.ଭାଗ୍ୟଶ୍ରୀ ସିଂହ, ସଂଗଠନ ସମ୍ପାଦକ ଶୁଭକାନ୍ତ ଦାସ ଏବଂ ପାର୍ଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏଥିରେ ବକ୍ତାମାନେ ଓଡ଼ିଶା ଏବଂ ଯୁନାଇଟେଡ଼ କିଙ୍ଗଡମ ମଧ୍ୟରେ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ବକ୍ତବ୍ୟ ରଖିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଶାକୁ ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପ୍ରଚେଷ୍ଟାରେ ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ