ନେମାଳ ମଣ୍ଡଳ ସଭାପତିଙ୍କୁ ମିଳିଲା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ବ…

ସାଲେପୁର : ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି ଓ ଦଳୀୟ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେମାଳ ମଣ୍ଡଳ ସଭାପତି ରଞ୍ଜନ କୁମାର ନନ୍ଦଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରୂପେ ପଦୋନ୍ନତି କରାଯାଇଛି । ସେହିପରି ନେମାଳ ମଣ୍ଡଳର ନୂତନ ସଭାପତି ଭାବେ ଅକ୍ଷୟ ମହାନ୍ତି ନାମ ଜିଲ୍ଲା ସଭାପତି ଘୋଷଣା କରିଛନ୍ତି । ଏ ନେଇ ବିଜେପି ନେତା ଦିଲୀପ ମଲିକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା