ପୂଜା ପାଇଁ ବ୍ରାହ୍ମଣ ଖୋଜିବା ହେଲା ସହଜ । ଆସିଲା MoPujari.Com

ଭୁବନେଶ୍ବର : ଭୁବନେଶ୍ବରରେ ପୂଜାରୁ ଖୋଜିବା ହେଲା ସହଜ । ଏଣିକି ପୂଜାକର୍ମଣ ପାଇଁ ଗୋଟିଏ କ୍ଲିକରେ ଘରେ ପହଞ୍ଚିବେ ପୂଜାରୀ । ଖାରବେଳ ନଗରସ୍ଥିତ ଗିରିଦୁର୍ଗା ମନ୍ଦିରରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପୂଜାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ ହେଲା ଜୟ ଓଡ଼ିଶାର ନୂତନ ପ୍ରୟାସ MoPujari.Com ୱେବସାଇଟ । କାର୍ଯ୍ୟକ୍ରମରେ ଅନୁଷ୍ଠିତ ଯଜ୍ଞ ପରେ ଉପସ୍ଥିତ ସମସ୍ତ ପୂଜାରୀଙ୍କୁ “ତୁଳସୀ” ଗଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ସେମାନେ “ମୋ ତୁଳସୀ ଯାତ୍ରା”ରେ ସାମିଲ ହୋଇ କାର୍ଯ୍ୟକ୍ରମର ସଫଳତା ତଥା ସମାଜ କଲ୍ୟାଣ ପାଇଁ ଆଶୀର୍ବାଦ ଦେଇଥିଲେ ।

ଏହି ୱେବସାଇଟରେ ଭୁବନେଶ୍ବରର ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ପୂଜାରୀଙ୍କ ଲିଷ୍ଟ ରହିଛି । ଯେଉଁଥିରୁ ଯଜମାନଗଣ ସହଜରେ ଘରେ ବସି ନିଜ ଅଞ୍ଚଳରେ ବିଭିନ୍ନ ପୂଜା କାର୍ଯ୍ୟ ପାଇଁ ପୂଜାରୀଙ୍କ ସହ ଯୋଗାଯୋଗ କରିପାରିବେ । ଏଥିରେ ଏବେ ୩ ପ୍ରକାର ଯଥା ହୋମଯଜ୍ଞ, ବ୍ୟକ୍ତିଗତ ଉତ୍ସବ ଓ ଅନ୍ୟାନ୍ୟ ପୂଜା କରୁଥିବା ପୂଜାରୀଙ୍କ ନାମ ପଞ୍ଜୀକରଣ ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ଅନେକ ପୂଜାରୀଙ୍କୁ ପଞ୍ଜୀକୃତ କରାଯିବ ।

ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ପୂଜାରୀଙ୍କୁ ମଧ୍ୟ ୱେବସାଇଟରେ ପଞ୍ଜୀକରଣ କରାଯିବ । ଯେଉଁ ପୂଜାରୀମାନେ ନିଜକୁ ପଞ୍ଜୀକୃତ କରିବାକୁ ଚାହୁଁଛନ୍ତି ସେମାନେ ୯୮୫୩୨୨୦୦୨୩ ରେ ଯୋଗାଯୋଗ କରିବାକୁ ଜୟ ଓଡିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ