ଓଡିଶା

ସଚିବଙ୍କ ପାଇଁ ଥାନାରେ ବସିଲେ ବିଜେପି କର୍ମୀ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଯାଉଥିବା ବିଜେପି କର୍ମୀଙ୍କୁ ମଝି ରାସ୍ତାରୁ ଉଠାଇ ନେଲା ପୋଲିସ । ଉପରୁ ଅର୍ଡର ଅଛି କହି ଉଠାଇ ନେଇଥିବା ଅଭିଯୋଗ । ନିଜ ଜିଲ୍ଲାରେ ପ୍ରବେଶ କରିପାରିଲେନି ବିଜେପି କର୍ମୀ ।

ସୂଚନା ଅନୁସାରେ, ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମକୁ ରାଜ୍ୟ ପୂର୍ବତନ ଉପସଭା ନେତ୍ରୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା, ଯଜ୍ଞ ନାରାୟଣ ଦାସ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ପ୍ରତାପ ନାୟକ, ମହିଳା ନେତ୍ରୀ ମିରା ଦେଓଙ୍କ ନେତୃତ୍ବରେ କେତେକ ବିଜେପି କର୍ମୀ ଅଭିଯୋଗ କରିବାକୁ ଯାଉଥିବା ବେଳେ ବାଟ ବ୍ରହ୍ମପୁରରେ ପୋଲିସ ସେମାନଙ୍କ ବାଟ ଓଗାଳିବା ସହ ବେଗୁନିଆପଡା ଥାନାକୁ ଆଣି ଅଟକ ରଖିଥିଲା । ପରେ ବ୍ୟକ୍ତିଗତ ମୋଚାଲିକାରେ ଛାଡିଥିବା ପୋଲିସ ସୁତ୍ରରୁ ପ୍ରକାଶ ପାଇଛି ।

ଏହାକୁ ବିଜେପି କର୍ମୀ ତୀବ୍ର ନିନ୍ଦା କରିବା ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ସେଠାରେ ଉପସ୍ଥିତ ରହିବା ପାଇଁ ପ୍ରତ୍ୟେକ ଜନସାଧାରଣଙ୍କ ଅଧିକାର ରହିଛି । ତେବେ ରାଜ୍ୟ ସରକାରଙ୍କ ଜଣେ ବ୍ୟକ୍ତିଗତ ସଚିବ ଜନତାଙ୍କ ଏହି ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କଲେ କିପରି । ତାଙ୍କୁ ଏ ଅଧିକାର ଦେଲା କିଏ ବୋଲି ପ୍ରଶ୍ନ କରିଛି ବିଜେପି । ଏହିଭଳି କାର୍ଯ୍ୟକୁ ବିଜେପି ଘୋର ନିନ୍ଦା କରିବା ସହ ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦେବ ବୋଲି ବିଜେପି ନେତା ପ୍ରକାଶ କରିଛନ୍ତି ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା