ମହିଳା ଉଦ୍ୟୋଗୀ ଏବଂ ଜନମଙ୍ଗଳ ତଥା ତାଙ୍କ ପରିଚାଳନା ଉପରେ କାର୍ଯ୍ୟ କରିବ ବ୍ଲୁ ଡ୍ରେକ୍ ଏକାଡେମୀ…

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କୋଳଥିଆ ଆମ୍ରି ହସ୍ପିଟାଲ ରାସ୍ତାରେ ବ୍ଲୁ ଡ୍ରେକ୍ ଏକାଡେମୀର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସମାଜସେବୀ ଶୁଭଶ୍ରୀ ଦାସ, ଶିଳ୍ପଦ୍ୟୋଗୀ ସଂଘମିତ୍ରା ମୁଦୁଲି, ସୁନୀଲ ନାୟକଙ୍କ ସହିତ କୋଳଥିଆର କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ ଯୋଗ ଦେଇଥିଲେ ।

ୟୁନିଭରସିଟି ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବ୍ଲୁ ଡ୍ରେକ୍ ଏକାଡେମୀ ମହିଳା ଉଦ୍ୟୋଗୀ ଏବଂ ଜନମଙ୍ଗଳ ତଥା ତାଙ୍କ ପରିଚାଳନା ଉପରେ କାର୍ଯ୍ୟ କରିବ । ଏଥିରେ ସେମାନଙ୍କ ଭବିଷ୍ୟତ ଉପରେ ପ୍ରାଧାନ୍ୟ ଦିଆଯାଇ ତାଲିମ୍ ଦିଆଯିବା, ଯଦ୍ବାରା ସେମାନେ ନିଜେ ସ୍ବାବଲମ୍ବୀ ହୋଇପାରିବେ । ବ୍ଲୁ ଡ୍ରେକ୍ ଏକାଡେମୀ ତରଫରୁ ଦେଶ ବାହାରେ ମଧ୍ୟ ଆଗକୁ ଇଣ୍ଟର୍ନସିଭ୍ ପ୍ରୋଗ୍ରାମର ସୁଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି ଏକାଡେମୀ ମୁଖ୍ୟ ଲୋପାମୁଦ୍ରା ପ୍ରଧାନ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ